ଭୁବନେଶ୍ୱର: ଉର୍ମୀ ହୋଟେଲ୍ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତମାନେ । ରସୁଲଗଡ ଛକ ସ୍ଥିତ ହୋଟେଲ ଉର୍ମୀ ଉପରକୁ ବୋମା ମାଡ କରିବାରୁ ହୋଟେଲର କାଚ ଭାଙ୍ଗିଯାଇଛି। ବୋମାମାଡ଼ ସମୟରେ ଉଚ୍ଚ ଶବ୍ଦରେ କମ୍ପିଥିଲା ହୋଟେଲ ଊର୍ମି। କିଏ ଏବଂ କେତେଜଣ ଆସିଥିଲେ ତାହାର ତଦନ୍ତ ଚାଲିଛି। ଘଟଣାସ୍ଥଲରେ ମଞ୍ଚେଶ୍ଵର୍ ପୋଲିସ୍ ପହଞ୍ଚି ଗୋଟିଏ ଅଫୁଟା ବୋମା ଜବତ୍ କରିବା ସହ ତଦନ୍ତ ଆରମ୍ଭ କରିଛି। ଊର୍ମୀ ହୋଟେଲର ଥିବା ଗ୍ରାହକମାନେ ଭୟଭୀତ ହୋଇଯାଇଥିଲେ । ଊର୍ମୀ ହୋଟେଲର ରୁମ୍ରୁ ଥିବା ଲୋକଙ୍କୁ ଅନ୍ୟତ୍ର ରୁମ୍କୁ ସ୍ଥାନାନ୍ତାରିତ କରାଯାଇଛି।