୧୪ କୋଟି ଚାଷୀଙ୍କ ପାଇଁ ଆସିଲା ଖୁସି ଖବର, ୧୩ ତମ କିସ୍ତି ପୂର୍ବରୁ ସରକାର ଦେଉଛନ୍ତି ସମ୍ପୂର୍ଣ୍ଣ ୧୫ ଲକ୍ଷ ଟଙ୍କା!

0

ନୂଆଦିଲ୍ଲୀ: ଦେଶର କୋଟି ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ବର୍ତ୍ତମାନ ଦେଶର ଅଧାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ, ଏଭଳି ପରିସ୍ଥିତିରେ କୃଷକମାନଙ୍କ ପାଇଁ ସରକାର ୧୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି ଯେ, ଦେଶର କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାର ନାମ ହେଉଛି ପିଏମ କିଷାନ ଏଫପିଓ ସ୍କିମ୍ । ଏଥିରେ ଆପଣ ୧୫ ଲକ୍ଷ ଟଙ୍କା ପୂର୍ଣ୍ଣ ଆର୍ôଥକ ସହାୟତା ପାଇଛନ୍ତି ।

କାହାକୁ ମିଳିବ ଆର୍ଥିକ ସହାୟତା ?
ସରକାର ସୂଚନା ଦେଇ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ କୃଷି ସମ୍ବନ୍ଧୀୟ ସମସ୍ତ ବ୍ୟବସାୟ ବ୍ୟବସ୍ଥା ପାଇଁ ୧୧ କୃଷକଙ୍କ ଗୋଷ୍ଠୀ ଅର୍ଥାତ୍ କୃଷକ ଉତ୍ପାଦକ ସଂଗଠନକୁ ଏହି ଆର୍ଥିକ ସହାୟତା ଦିଆଯାଉଛି । ଆର୍ôଥକ ସଙ୍କଟରୁ ଚାଷୀଙ୍କୁ ଆରାମ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ଯୋଜନାର ଲାଭ ଉଠାଇବାକୁ କୃଷକମାନଙ୍କୁ ଏକ ସଂଗଠନ କିମ୍ବା କମ୍ପାନୀ (ଏଫପିଓ) ଗଠନ କରିବାକୁ ପଡିବ, ଯେଉଁଥିରେ ଅତି କମରେ ୧୧ ଜଣ କୃଷକ ରହିବା ଉଚିତ୍ ।

କିପରି କରିବେ ଆବେଦନ :-
-ଆପଣ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟ୍ (https://www.enam.gov.in/web/)କୁ ଯାଆନ୍ତୁ ।
-ଏଠାରେ ଏଫପିଓର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
-ଏହା ପରେ ‘ରେଜିଷ୍ଟ୍ରେସନ’ ବିକଳ୍ପକୁ ଯାଆନ୍ତୁ ।
-ବର୍ତ୍ତମାନ ରେଜିଷ୍ଟ୍ରେସନ ଫର୍ମରେ ମଗାଯାଇଥିବା ସୂଚନା ପୁରଣ କରନ୍ତୁ ।
-ବର୍ତ୍ତମାନ ପାସବୁକ୍, ବାତିଲ ହୋଇଥିବା ଚେକ୍ ଆଣ୍ଡ ଆଇଡି ପ୍ରୁଫକୁ ସ୍କାନ୍ କରନ୍ତୁ ଏବଂ ଅପଲୋଡ୍ ଏବଂ ଦାଖଲ କରନ୍ତୁ ।

SBI AD
Leave A Reply

Your email address will not be published.