ମହାକାଳପଡ଼ା, ୨୯/୦୭ : ମହାକାଳପଡ଼ା ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ମିଳିତ ଟିମ ସହିତ ମଙ୍ଗଳବାର ଅପରାହ୍ନ ରେ ଛ’ଘରିଆ ଠାରୁ ନୀଳାଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଜଳ ନିଷ୍କାସନ ବ୍ୟବସ୍ଥା ରେ ସୁଧାର ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି l ସାଥିରେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି,କେନ୍ଦ୍ରାପଡା ଜିଲ୍ଲା ପାଳ ରଘୁରାମ ଆର. ଆୟାର, ଜାତୀୟ ରାଜପଥ ପିଡି ଚଣ୍ଡିଖୋଲ ର ଦାସୀ ପ୍ରକାଶ, ଜଳସେଚନ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରାକେଶ ମଲ୍ଲିକ ଓ ଜଳ ନିକାସ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର , ତହସିଲଦାର ମହାକାଳପଡ଼ା ରବିନାରାୟଣ ଆଚାର୍ଯ୍ୟ ଓମାର୍ଶାଘାଈ ଶ୍ରୀକାନ୍ତ ପରିଜା ଆଦି ଉପସ୍ଥିତ ଥିଲେ l ଲଗାଣ ବର୍ଷାରେ ନିର୍ବାଚନମଣ୍ଡଳୀସ୍ଥ ମାର୍ଶାଘାଈ ତହସିଲ ଅଞ୍ଚଳ ର ହାତୀଆ, ରାମିଆଗେଞ୍ଜ,ଶିଳିପୁର,, ତାଳସଙ୍ଗା ମାର୍ଶାଘାଈ ବଦପାଳ ଅଞ୍ଚଳ ର ଜଳ ମଗ୍ନ ଚାଷଜମି ର ସ୍ଥିତି ପରଖିବା ସହିତ ଉପସ୍ଥିତ ଅଧିକାରୀ ମାନଙ୍କ ସହିତ ତ୍ୱରିତ ଜଳ ନିଷ୍କାସନ ପାଇଁ କହିଥିଲେ l ସେହିପରି ମହାକାଳପଡ଼ା ତହସିଲ ଅଧୀନ ଜୟଚନ୍ଦ୍ର ପୁର, ଯଦୁପୁର, ଅମେଇପାଳ,ଗଡ଼ରୋମିତ, ନୂଆଗାଁ,କୋଦାକଣ,ଟିକରପଙ୍ଗା ଆଦି ଅଂଚଳର ଚାଷୀ ମାନଙ୍କ ସହିତ ତଳିଘେରା ର ଅବସ୍ଥା ଓ ଆଗକୁ କିଭଳି ପରିସ୍ଥିତି ମୁକାବିଲା କରି ଖରିଫ ଚାଷ କରିହେବ ସେ ନେଇ ଆଶ୍ୱାସନା ଦେଇଥିଲେ l ସ୍ଥିତି ଅନୁଧ୍ୟାନ କରିବା ସହିତ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ ରେ ଆଲୋଚନା କରିଥିଲେ l
ସମୀକ୍ଷା ବୈଠକରେ ବିଧାୟକଙ୍କ ସହିତ ସମିତି ସଭ୍ୟ ମଙ୍ଗଳପୁର,ବଡିହି ଓ ସରପଞ୍ଚ ଯଦୁପୁର, ଗଡ଼ରୋମିତ, ତେରଗାଁ, ବଡକୁଳ,ଜୟଚନ୍ଦ୍ରପୁର ଓ ଅମେଇପାଳ ସରପଞ୍ଚ ଙ୍କ ପ୍ରତିନିଧି ମାନେ ସାମିଲ ଥିଲେ l ଏତଦ ବ୍ୟତୀତ ଶିଶିର ରାଉତ, ପ୍ରଶାନ୍ତ ସେଠୀ, କୁମର କାନ୍ତ ମହାନ୍ତି ଙ୍କ ସହିତ ଅନେକ ଛାମୁଆ କର୍ମୀ ଉପସ୍ଥିତ ଥିଲେ l ସ୍ଥାନୀୟ ଅଞ୍ଚଳର ଜଳନିଷ୍କାସନ ସମସ୍ୟା ନେଇ ଯଦୁପୁର ପଂଚାୟତ ର ଅଶୋକ ବେହେରା, ଜୟଚନ୍ଦ୍ର ପୁର ପଂଚାୟତ ର ରାଜକିଶୋର ସ୍ୱାଇଁ, ଅମୀୟ ସାମଲ, ଦୀନବନ୍ଧୁ ଲେଙ୍କା ଆଦି ଜଳ ନିଷ୍କାସନ ସମସ୍ୟା ରେ ସୁଧାର ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ବୈଠକ ଶେଷରେ ରାଜପଥ ନବୀକରଣ ଯୋଗୁ ଦୁଇ ବର୍ଷ ହେବ ଉପୁଜୁଥିବା ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ଉପସ୍ଥିତ ଅଧିକାରୀ ଓ ବିଧାୟକ ଙ୍କୁ ଦାବିକରିଥିଲେ l ଆହୁରି ମଧ୍ୟ ମଙ୍ଗଳା ଛକ ଓ ବୌଦ୍ଦ ଗଡା ନିକଟରେ କିଭଳି ଖୁବ ଶୀଘ୍ର ଓଭର ବ୍ରିଜ ହୋଇପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ଙ୍କ ସହିତ ନିବିଡ଼ ଆଲୋଚନା କରିଥିଲେ l
