ଆଜି ଶ୍ରାବଣର ପ୍ରଥମ ସୋମବାର : ଶୈବପୀଠରେ ଲାଗିଛି କଉଡିଆଙ୍କ ଭିଡ

ଭୁବନେଶ୍ୱର, ୦୩/୦୮ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ଶିବ ମନ୍ଦିର ପର୍ଯ୍ୟନ୍ତ ସବୁଠି ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି । ଭୋରରୁ ହିଁ ଶ୍ରଦ୍ଧାଳୁମାନେ ଶିବଲିଙ୍ଗରେ ପବିତ୍ର ଜଳ, କ୍ଷୀର, ବେଲପତ୍ର, ଧତୁରା ଓ ଫୁଲ ଅର୍ପଣ କରି ମହାଦେବଙ୍କ ଆଶୀର୍ବାଦ କାମନା କରୁଛନ୍ତି । “ହର ହର ମହାଦେବ” ଓ “ବୋଲ ବମ୍” ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି । କାହିଁ କେତେ ଦୂର ଦୂରାନ୍ତରୁ କାଉଡ଼ିଆ ଓ ଶିବଭକ୍ତମାନେ ପଦଯାତ୍ରା କରି ପବିତ୍ର ଜଳ ଆଣି ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ଅନେକ ଭକ୍ତ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରି ବାବାଙ୍କ ଶରଣାପନ୍ନ ହୋଇଛନ୍ତି ।

 

SBI AD