ପୁରୀ ସମୁଦ୍ର ତଟରେ ୮ ଫୁଟ ଉଚ୍ଚ ବାଲୁକାରେ ମହାଦେବ

ଭୁବନେଶ୍ୱର, ୦୩/୦୮ : ଶ୍ରାବଣ ସୋମବାରରେ ପୁରୀ ସମୁଦ୍ର ତଟରେ ୮ ଫୁଟ ଉଚ୍ଚ ବାଲୁକାରେ ମହାଦେବ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳାକାର ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୮ ଫୁଟ ଉଚ୍ଚର ଏକ ଭବ୍ୟ ଶିବ ମୂର୍ତ୍ତି ତିଆରି କରି ମହାଦେବଙ୍କୁ ଆରାଧନା କରିଛନ୍ତି । ଏହି ମୂର୍ତି ସହ ହର ହର ମହାଦେବ ବାର୍ତ୍ତା ମଧ୍ୟ ଲେଖାଯାଇଛି । ଶ୍ରାବଣ ମାସରେ କୋଟି କୋଟି ଶ୍ରଦ୍ଧାଳୁ ଉପବାସ ରଖି ଭଗବାନ ଶିବଙ୍କ ଆରାଧନା କରିଥାନ୍ତି । ଏହି ପରମ୍ପରାକୁ ସମ୍ମାନ ଜଣାଇ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ବିଶ୍ୱରେ ଶ୍ରଦ୍ଧା, ଏକତା, ଶାନ୍ତି ଏବଂ ମାନବତାର ବାର୍ତା ଦେଇଛନ୍ତି ।

SBI AD