୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଦଶରଥପୁର ବନ୍ୟା, ୧୯ ପଞ୍ଚାୟତରେ ଭୟାବହ ସ୍ଥିତି

ଭୁବନେଶ୍ୱର, ୦୩/୦୮ : ଦୀର୍ଘ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଯାଜପୁର ଦଶରଥପୁର ବ୍ଲକରେ ବନ୍ୟା । ଦଶରଥପୁର ବ୍ଲକଟି ସର୍ବାଧିକ କ୍ଷତି ହୋଇଛି । ଚଳିତ ଥର ବୈତରଣୀ ନଦୀ ଜୟନ୍ତରା ମହାପାତ୍ରସାହି ଘେରି ବନ୍ଧ ଘାଇ, କାଣୀ ନଦୀର ତରପଦା ପଞ୍ଚାୟତ ଡୋଭାଵିଲ, ପାଟଣା ଠାରେ ଦୁଇଟି ଘାଇ ଏବଂ କଣ୍ଟପଡା ଠାରେ ପ୍ରଥମ ବନ୍ୟାରେ ହୋଇଥିବା ମୁକୁଳା ଘାଇ ହୋଇଛି। ଏହି ଘାଇ ବାଟ ଦେଇ ବନ୍ୟା ଜଳ ନିଷ୍କାସନ ହୋଇ ବ୍ଲକର ୧୯ ପଞ୍ଚାୟତର ୫୯ ରାଜସ୍ବ ଗ୍ରାମର ବନ୍ୟା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଏବଂ ବନ୍ୟାରେ ବ୍ଲକର ପ୍ରାୟ ୫ ହଜାର ହେକ୍ଟର ଚାଷ ଜମିରେ ୬ ଦିନ ହେବ ପାଣି ବୁଡି ରହିଥିବାରୁ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି । ଏଣୁ ଦଶରଥପୁର ବ୍ଲକ ଅଂଚଳକୁ ଛୁଟୁଛି ସମସ୍ତ ରାଜନୈତିକ ନେତାଙ୍କ ସୁଅ । ବନ୍ୟା ପ୍ରଭାବିତଙ୍କୁ ବିଜେଡି ପକ୍ଷରୁ ବ୍ୟାପକ ରିଲିଫ ପ୍ରଦାନ କରାଯାଉଛି ।

 

SBI AD