ବିଧାନସଭା ଗେଟ୍‌ରେ ହାଇଡ୍ରାମା, ବ୍ୟାରିକେଡ୍‌ ଭାଙ୍ଗି ପଶିଲା କାର୍‌

ଭୁବନେଶ୍ୱର, ୦୮/୦୭ : ରାତି ଅଧରେ ବିଧାନସଭା ଗେଟ୍‌ ପରିସରରେ ହାଇଡ୍ରାମା । ବ୍ୟାରିଗେଟ୍‌ ଭାଙ୍ଗି ପଶିଲା ମଦ୍ୟପଙ୍କ କାର୍‌, ଏସ୍‌ଟିଜି ଓ ପୁଲିସର ତନାଘନା । ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁରକ୍ଷିତ ତଥା ହାଇ-ସିକ୍ୟୁରିଟି ଜୋନ୍‌ରେ ଦେଖିବାକୁ ମିଳିଛି ଏକ ବେପରୁଆ କାଣ୍ଡ । ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମଦ୍ୟପ ଚାଳକ ସୁରକ୍ଷା ବଳୟକୁ ଭେଦ କରି ଓଡ଼ିଶା ବିଧାନସଭା ସମ୍ମୁଖରେ ଥିବା ବ୍ୟାରିଗେଟ୍‌ରେ ନିଜ କାର୍‌କୁ ସିଧାସଳଖ ପିଟି ଦେଇଛନ୍ତି । ଏହି ଜୋରଦାର ଧକ୍କା ଯୋଗୁଁ ବ୍ୟାରିକେଟ୍‌ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାର୍‌ଟି ମଧ୍ୟ ଚୁରମାର ହୋଇଛି । ବିଧାନସଭା ଭଳି ଏକ ଅତି ସମ୍ବେଦନଶୀଳ ସ୍ଥାନରେ ଏଭଳି କାଣ୍ଡ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।