ଲାଞ୍ଚ ନେଉଥିବାବେଳେ ମାଇନ୍ସ ଡେପୁଟି ଡିରେକ୍ଟର ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୦୮/୦୭ : ଲାଞ୍ଚ ନେବାବେଳେ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଘରୁ ମିଳିଛି ବିପୁଳ ଟଙ୍କା, ଏକକାଳୀନ ୩ଟି ଠିକଣାରେ ଚାଲିଛି ଚଢ଼ାଉ । ଏକ ବାଲି ଖାଦାନର ଲିଜ୍ ଅବଧି ବଢ଼ାଇବା ପାଇଁ ବାବୁ ଜଣକ ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ । ଟଙ୍କା ନେବ ହିଁ ତାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଛି । ସତ୍ୟଜିତ ରାଉତଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଟିମ୍ ଆକ୍ସନ ମୋଡ୍‌କୁ ଆସିଛି । ଆୟବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଏକକାଳୀନ ୩ଟି ବାସଭବନରେ ଚଢ଼ାଉ ଜାରି ରହିଛି ।