ଘର ଭିତରେ ଠିକାଦାରଙ୍କୁ ଗୁଳି । ଘଟଣା ଘଟିଛି କଟକ କଲ୍ୟାଣସିଂପୁର ଅଂଚଳ । ଠିକାଦାରଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଠିକାଦାରଙ୍କ ନାଁ ବିଶ୍ୱଭୂଷଣ ସିଂହ ବୋଲି ଜଣାପଡ଼ିଛି । ସେ ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି । ଏନେଇ ଅଧିକ ତନାଘନା ଜାରି ରଖିଛି ପୋଲିସ ।