ଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଭୁଲରେ ଏହି ସମୟରେ କରନ୍ତୁନି ଏହି କାମ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଯାହାକି ମାତ୍ର କିଛି ସମୟ ବାକି ରହିଛି। ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେହେତୁ ଏହା ମହାବିଷୁବ ସଂକ୍ରାନ୍ତି ପରେ ପଡୁଛି ଆଉ ଏହି ସମୟ ରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥିବେ ।

ତେଣୁ ଏପରି ପରିସ୍ଥିତିରେ ମେଷ ରାଶିର ଲୋକଙ୍କ ଉପରେ କିଛି ପ୍ରଭାବ ପଡିପାରେ । ଏହି ରାଶିର ଲୋକଙ୍କ ଜୀବନ ଉପରେ ସୂର୍ଯ୍ୟ ପ୍ରତିକୂଳ ପ୍ରଭାବ ପକାଇବ । ମେଷ ରାଶି ସହିତ ଏହା କନ୍ୟା ରାଶି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ` ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶି ଉପରେ ଭଲ ପ୍ରଭାବ ପଡିପାରେ।

ପ୍ରତିବର୍ଷ ଲାଗୁଥିବା ଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶିର ଜାତକଙ୍କ ଜୀବନରେ ଦେଖିବାକୁ ମିଳେ । ଚଳିତ ଥର ୨୦୨୩ ବର୍ଷରେ ମୋଟ ୪ଟି ଗ୍ରହଣ ଲାଗିବ । ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ସାମିଲ ଅଛି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ । ପ୍ରଥମ ସୂର୍ଯ୍ୟ ପରାଗ ଦ୍ୱାରା ଅନେକ ରାଶି ଉପରେ ଖରାପ ପ୍ରଭାବ ପଡିବ ତ ଅନେକଙ୍କ ଉପରେ ଏହାର ଭଲ ପ୍ରଭାବ ବି ପଡି଼ବ । ଆପଣଙ୍କୁ କହି ରଖୁଛୁ ଯେ, ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖର ସକାଳ ୭.୦୪ ମିନିଟରେ ଲାଗିବ ଓ ମଧ୍ୟାହ୍ନ ୧୨.୨୯ ମିନିଟ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବଡ କଥା ହେଉଛି ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ବି ଏହାର ଖରାପ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡି଼ବ।

ସୂର୍ଯ୍ୟ ପରାଗ ସମୟରେ କଣ କରିବେ ଓ କଣ ନକରିବେ:

– ସୂର୍ଯ୍ୟ ପରାଗ ସମୟରେ ଭଗବାନଙ୍କ ମୂର୍ତ୍ତି ଛୁଇଁବା ଉଚିତ୍ ନୁହେଁ ।

– ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଗ୍ରହଣ କରାଯିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ଆପଣ ଯେତେ ଅଧିକ ଖାଦ୍ୟ ଖାଇବେ ସେତେ ଅଧିକ ନର୍କରେ ଯନ୍ତ୍ରଣା ଭୋଗିବାକୁ ପଡିବ ।

– ସୂର୍ଯ୍ୟ ପରାଗ ସମୟରେ ଶୟନରୁ ଦୂରେଇ ରହିବା ଉଚିତ୍ । ସୂର୍ଯ୍ୟ ଗ୍ରହଣରେ ତିନୋଟି ପୋଲର ଅର୍ଥ ହେଉଛି ୩ ଘଣ୍ଟା ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଯଦିଓ ରୋଗୀ, ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ଏହା ନିୟମ ପ୍ରଯୁଜ୍ୟ ନୁହେଁ ।

– ପୁରାଣ ଅନୁଯାୟୀ ସୂର୍ଯ୍ୟ ପରାଗରେ ଜଣେ ବ୍ୟକ୍ତିଙ୍କ ଶସ୍ୟ କିମ୍ବା କାହାକୁ ଦେଉଥିବା ଖାଦ୍ୟ ଖାଇବା ଦ୍ୱାରା ଗୁଣ ନଷ୍ଟ ହୋଇଯାଏ ।

– ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ । ତଥାପି ଭଗବାନଙ୍କୁ ମନେ ମନେ ସ୍ମରଣ କରାଯାଇପାରେ ।