ଗୁଣକାରୀ ଅଦା : ପୋଷକତତ୍ତ୍ବର ଗନ୍ତାଘର

0

ଶୀତୁଆ ସକାଳରେ, ସନ୍ଧ୍ୟାବେଳେ କପେ ଗରମାଗରମ ଅଦା ଚା’ ପିଇଦେଲେ ପୂରା ଶରୀରଟା ଭାରି ଫୂର୍ତ୍ତି ଲାଗେ। ଅଦା ରସ ହେଉଛି ପୋଷକତତ୍ତ୍ବର ଗନ୍ତାଘର। ଆଗ କାଳେ ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ଲୋକ, କାଶ, ଥଣ୍ଡା ହେବା ମାତ୍ରକେ ଅଦା, ତେଜ ପତ୍ର, ମିଶ୍ରି ଫୁଟା ପାଣି ପିଉଥିଲେ। ଧୀରେଧୀରେ ଏଇ ଘରୋଇ ଉପଚାରର ଆଦର କମିଯାଉଛି।
-ଶୀତଦିନେ ଥଣ୍ଡା ପାଗରେ ଅଧିକାଂଶଙ୍କର କାଶ ହୁଏ। ସକାଳୁ ସେମାନେ ଅଦା ଚା’ ନଚେତ୍ ମିଶ୍ରି ଅଦା ଫୁଟା ଉଷୁମ ପାଣି ପିଇବା ଭଲ।
-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଆଣ୍ଠୁଗଣ୍ଠି ଦରଜ କମ୍ କରେ। ବୟସ୍କ ଲୋକ ପ୍ରତିଦିନ ଅଦା ରସ ମିଶା ଚା’ ପିଇଲେ ସେମାନଙ୍କ ଶାରୀରିକ ସମସ୍ୟା କମ୍ ହୂଏ।
-ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଅଦା ରସ ମଧୁମେହ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ। ବିଶେଷଜ୍ଞ କହିଛନ୍ତି, ଶୀତଦିନେ​‌ ମଧୁମେହ ରୋଗୀମାନେ ଉଷୁମ ପାଣିରେ ଅଦା ରସ ମିଶାଇ ପିଇଲେ ଉପକାର ମିଳେ।

SBI AD
Leave A Reply

Your email address will not be published.