ନୂଆଦିଲ୍ଲୀ, ୦୧/୦୬ : ଆଇପିଏଲ ଫାଇନାଲରେ ଆରସିବି ଠାରୁ ହାରିବା ପରେ ଆଉ ଏକ ବିପଦ ଅଳ୍ପକେ ଟଳିଯାଇଛି । ଫାଇନାଲ ମ୍ୟାଚ ସରିବା ପରେ ଖେଳାଳିଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ବସରେ ନିଆଁ ଲାଗିଯାଇଥିଲା । ବସରେ ସମସ୍ତ ଖେଳାଳି ରହିଥିବା ବେଳେ ନିଆଁ ଲାଗିଯାଇଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା । ଏହାପରେ ଖେଳାଳି ହୋଟେଲକୁ ଫେରୁଥିବା ବେଳେ ବସରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଗାଡ଼ିଟି ଖରାପ ହୋଇଯିବା ପରେ ବସ୍ ଭିତରେ ଧୂଆଁ ବ୍ୟାପି ଯାଇଥିଲା, ଯାହା ଫଳରେ ତୁରନ୍ତ ବସ୍ ଖାଲି କରାଯାଇଥିଲା । ସର୍ଟସର୍କିଟ୍ ଯୋଗୁଁ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା ।
ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ବାହାରେ କିଛି ସମୟ ଅପେକ୍ଷା କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ହୋଟେଲକୁ ନେବା ପାଇଁ ଏକ ବିକଳ୍ପ ବସ୍ ବ୍ୟବସ୍ଥା କରାଯାଇଥିଲା । ଆଇପିଏଲ୍ ୨୦୨୬ର ଫାଇନାଲ ମୁକାବିଲାରେ ଗୁଜରାଟକୁ ହରାଇ ଲଗାତର ଦ୍ବିତୀୟ ଥର ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରସିବି ଦଳ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଆରସିବି ସହଜରେ ୫ ଓ୍ଵିକେଟ୍ ହରାଇ ଲଗାତାର ଦ୍ଵିତୀୟ ଟ୍ରଫି ଜିତି ନେଇଛି ।
Prev Post