ଭୁବନେଶ୍ୱର, ୦୧/୦୬ : ଜେଇଇ ଆଡ଼ଭାନ୍ସଡ୍ ଫଳାଫଳ ପ୍ରକାଶ ପାଇଛି । ଆଇଆଇଟି ଦିଲ୍ଲୀ ଜୋନ୍ ବାଜିମାତ୍ କରିନେଇଛି । ସର୍ବଭାରତୀୟ ସ୍ତରରେ ଦିଲ୍ଲୀ ଜୋନର ଶୁଭମ୍ କୁମାର ସର୍ବାଗ୍ରେ ରହିଥିବାବେଳେ ଓଡ଼ିଶାରୁ ଭାବେଶ ପାତ୍ର ଆଇଆଇଟି ଭୁବନେଶ୍ୱର ଜୋନରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଜି ସକାଳୁ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକି ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ୍ ର ଫଳାଫଳ ଘୋଷଣା କରିଛି । ମୋଟ ୫୬ ହଜାର ୮୮୦ ଜଣ ପ୍ରାର୍ଥୀ ଜେଇଇ ଆଡଭାନ୍ସଡ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ୧୦ ହଜାର ୧୦୭ ଜଣ ଛାତ୍ରୀ ରହିଥିବାବେଳେ ଶ୍ରେଷ୍ଠ ତିନି ଦିଲ୍ଲୀ ଜୋନ୍ରୁ ରହିଛନ୍ତି । ଶୁଭମ୍ କୁମାର ୩୬୦ ରୁ ୩୩୦ ନମ୍ବର ପାଇ ପରୀକ୍ଷାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି କବୀର ଛିଲ୍ଲର ୩୨୯ ନମ୍ବର ସହିତ ଦ୍ୱିତୀୟ ଏବଂ ଜତିନ ଚହର ୩୧୯ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦିଲ୍ଲୀ ଜୋନର ଆରୋହୀ ଦେଶ ପାଣ୍ଡେ ଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ୨୮୦ ନମ୍ବର ରଖିଛନ୍ତି ।
ଓଡ଼ିଶାର ଭାବେଶ ପାତ୍ର ଭୁବନେଶ୍ୱର ଆଇଆଇଟି ଜୋନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭାବେଶ ଜେଇଇ ଆଡ଼ଭାନନ୍ସଡ୍ ରେ ସର୍ବାଭାରତୀୟ ସ୍ତରରେ ୨୯ତମ ସ୍ଥାନରେ ଅକ୍ତିଆର କରିଛନ୍ତି । ସେ ଜେଇ ମେନ୍ ପରୀକ୍ଷାରେ ମଧ୍ୟରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନରେ ଥିଲେ ।
ଅନ୍ୟପକ୍ଷରେ ଆଇଆଇଟି ବମ୍ବେର ବୀ ଜୟକୃଷ୍ଣ ଶ୍ରୀନିବାସ (୬), ଆଇଆଇଟି ଦଲ୍ଲୀ ଶୁଭମ୍ କୁମାର (୧), ଆଇଆଇଟି ଗୌହ୍ୱାଟୀର ୟଶରାଜ ସିଂହ (୧୨୨), ଆଇଆଇଟି କାନପୁର ରିଦ୍ଦେଶ ଅନନ୍ତ ବୋଣ୍ଡାଲେ (୧୮), ଆଇଆଇଟି ଭୁବନେଶ୍ୱର ଭାବେଶ ପାତ୍ର (୨୯), ଆଇଆଇଟି ମାଡ୍ରାସର ମୋହତ ଶେଖର ଶୁକ୍ଳା (୪) ଏବଂ ଆଇଆଇଟି ରୁଡ଼କୀ ର ନିକୁଞ୍ଜ ଅଗ୍ରୱାଲ (୧୧) ଜୋନ୍ ଟପ୍ପର୍ ହୋଇଛନ୍ତି ।