ହନିମୁନ୍‌ ଯୋଡ଼ିଙ୍କୁ ମିଳେ ୭୦ ଲକ୍ଷ ଟଙ୍କା ପୁରସ୍କାର !

ହନିମୁନ୍‌ ନେଇ ନବବିବାହିତ ଯୋଡ଼ିଙ୍କ ମଧ୍ୟରେ ଅନେକ ସ୍ବପ୍ନ ରହିଥାଏ। ହନିମୁନ୍‌ ଲାଗି ଅନେକ ହୋଟେଲରେ ସ୍ବତନ୍ତ୍ର ପ୍ୟାକେଜ୍‌ ରହିଥାଏ। ତେବେ ଏପରି ଏକ ହୋଟେଲ ରହିଛି, ଯେଉଁଠି ହନିମୁନ୍‌ ପାଇଁ ଆସୁଥିବା ଯୋଡ଼ିଙ୍କୁ ୭୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥାଏ। ଇସ୍ରାଏଲରେ ରହିଛି ଏହି ହନିମୁନ୍‌ ହୋଟେଲ। ଏଠାକୁ ହନିମୁନ୍‌ ପାଇଁ ଆସୁଥିବା ଯୋଡ଼ିଙ୍କୁ କରାଯାଇଥାଏ ପୁରସ୍କୃତ ।

ତେବେ ଏଥିପାଇଁ ହୋଟେଲ ପକ୍ଷରୁ ରହିଛି ଏକ ବିଚିତ୍ର ନିୟମ। ପ୍ରଥମେ ଏଠାକୁ ଆସୁଥିବା ହନିମୁନ୍‌ ଯୋଡ଼ିଙ୍କ ମଧ୍ୟରୁ କନ୍ୟା ଗର୍ଭବତୀ ଅଛନ୍ତି କି ନାହିଁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥାଏ। କନ୍ୟା ଗର୍ଭବତୀ ନ ଥିଲେ ଯୋଡ଼ିଙ୍କୁ ହୋଟେଲରେ ରହିବାକୁ ମିଳିଥାଏ ଅନୁମତି। ପରେ ହୋଟେଲ ଛାଡିବା ସମୟରେ ମଧ୍ୟ ଡାକ୍ତର କନ୍ୟାଙ୍କର ପରୀକ୍ଷା କରନ୍ତି। ଯଦି ସେ ଗର୍ଭବତୀ ଥିବା ଜଣୋପଡେ ତେବେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ।
ଏହି ହୋଟେଲରେ ରହିବା ପାଇଁ ଦେଶ ବିଦେଶର ଅନେକ ହନିମୁନ୍‌ ଯୋଡ଼ି ୬ମାସ ଆଗରୁ ବୁକିଂ କରିଥାନ୍ତି। ପ୍ରତି ୪ବର୍ଷରେ ହୋଟେଲ ପକ୍ଷରୁ ଏଭଳି ଅନନ୍ୟ ପୁରସ୍କାର ଯୋଜନାର ଆୟୋଜନ ହୋଇଥାଏ।