ଗ୍ରୀଷ୍ମଋତୁରେ ତରଭୁଜକୁ ଦେଖି କାହାର ବା ପାଟିରୁ ଲାଳ ନବାହାରେ । ତରଭୁଜ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକରକ । ଏକ ତରଭୁଜରେ ହାରାହାରି ୯୨% ଜଳ ଥାଏ । ତରଭୁଜ ଖାଇଲେ ଦେହରେ ଜଳୀୟ ଅଂଶ ବୃଦ୍ଧି ପାଏ । କିନ୍ତୁ ଏହି ତରଭୁଜ ମିଠା ଓ ଭିତର ନାଲି କିପରି ଜାଣିବେ । ଆମେ ବତାଇଦେଉଛି ସଠିକ୍ ତରିକା । ପାଚିଲା ତରଭୁଜରେ ହଳଦିଆ ଚିହ୍ନ ଦେଖାଯାଏ । କାରଣ ତରଭୁଜ ପାଚିବା ପାଇଁ ବହୁତ ସମୟ ନେଇଥାଏ ଏବଂ ଏହା ଭୂମିରେ ପଡ଼ି ରହିଥାଏ । ତେଣୁ ତଳେ ପଡିଥିବା ଜାଗାଟି ହଳଦିଆ ହୋଇଯାଇଥାଏ ।
ଏକ ପାଚିଲା ତରଭୁଜକୁ ଚିହ୍ନିବା ପାଇଁ ଗୋଟିଏ ଉପାୟ ହେଉଛି ତରଭୁଜକୁ ନିଜ ହାତରେ ଟିପା ମାରନ୍ତୁ ଯଦି ଜୋରରେ ଠକ୍ ଠକ୍ ଶବ୍ଦ ଶୁଣିବେ ତାହାହେଲେ ଜାଣିବେ ତରଭୁଜ ମିଠା ଅଛି ଓ ଭଲ ତରଭୁଜ ।
ତରଭୁଜ କିଣିଲା ବେଳେ ତାହାକୁ ଭଲ ଭାବେ ଦେଖନ୍ତୁ । ସେଥିରେ ଏକ ଇଞ୍ଜେକ୍ସନ୍ ଛିଦ୍ର ଅଛି କି ନାହିଁ । ବାସ୍ତବରେ କିଛି ଲୋଭୀ ଲୋକ ତରଭୁଜରେ ମଧ୍ୟ ଇଞ୍ଜେକ୍ସନ ଦିଅନ୍ତି । ଯଦି ଏହା ତରଭୁଜ ସହିତ କରାଯାଇଛି, ଆପଣ ଏହାର ଛିଦ୍ର ଦେଖିପାରିବେ । ଯଦି ଛିଦ୍ର ଦେଖନ୍ତି ସେହି ତରଭୁଜକୁ କିଣନ୍ତୁ ନାହିଁ । କାରଣ ଇଞ୍ଜେକ୍ସନ ଦିଆଯାଇଥିବା ତରଭୁଜ ଖାଇଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।