ଭୁବନେଶ୍ୱର, ୦୯/୦୭ : ‘ଇଣ୍ଡିଆନ୍ ଆଇଡଲ୍’ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁଯୋଗ୍ୟା କନ୍ୟା ଜ୍ୟୋତିର୍ମୟୀ ନାୟକ ସମ୍ପୂର୍ଣ୍ଣ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି । ନିଜ ସୁମଧୁର କଣ୍ଠସ୍ୱର ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଜ୍ୟୋତିର୍ମୟୀଙ୍କ ଏହି ସଫଳତା କାମନା କରିବା ସହିତ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦିନେ କର୍କଟ ପୀଡ଼ିତଙ୍କୁ ସଂଗୀତ ଥେରାପି ଦେଉଥିବା ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ଆଜି ଇଣ୍ଡିଆନ ଆଇଡଲର ମଞ୍ଚରେ ନୂଆ ପରିଚୟ ସୃଷ୍ଟି କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜ୍ୟୋତିର୍ମୟୀଙ୍କ ଏହି ଯାତ୍ରା ବିଜୟ ଆଡ଼କୁ ଯାଉ ଏବଂ ସେ ଇଣ୍ଡିଆନ୍ ଆଇଡଲର ବିଜୟ ମୁକୁଟ ପିନ୍ଧନ୍ତୁ ଏହା ହିଁ ଆମର ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ।