ମାଲକାନଗିରିରୁ ଉଡ଼ିବ ଡବଲ୍ ଇଞ୍ଜିନ ବିମାନ

ଭୁବନେଶ୍ୱର, ୦୯/୦୭ : ଓଡ଼ିଶା ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଘଟିବାକୁ ଯାଉଛି ଏକ ବୈପ୍ଲବିକ ପରିବର୍ତ୍ତନ । ଆଞ୍ଚଳିକ ବିମାନ ଚଳାଚଳର ପ୍ରମୁଖ ହବ୍ ପାଲଟିବ ଉପାନ୍ତ ମାଲକାନଗିରି । ଏଣିକି ମାଲକାନଗିରି ଏୟାରପୋର୍ଟରୁ କେବଳ ଛୋଟ ବିମାନ ନୁହେଁ, ବରଂ ଉଡ଼ିବ ୧୨୦ ସିଟ୍ ବିଶିଷ୍ଟ ବଡ଼ ଡବଲ୍ ଇଞ୍ଜିନ ବିମାନ । ଏଥିପାଇଁ ରନ୍‌ୱେ ସମ୍ପ୍ରସାରଣ ଡିଜାଇନ୍ ପ୍ରସ୍ତୁତ ହୋଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ବାରମ୍ବାର ଡେଡ୍‌ଲାଇନ୍ ବଦଳୁଥିବାରୁ ଜିଲ୍ଲାବାସୀ ନିରାଶ ଥିବା ବେଳେ, ଏହି ନୂଆ ସମ୍ପ୍ରସାରଣ ଖବର ସ୍ଥାନୀୟ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ।