ଆଇପିଏଲ୍‌ ଟିକେଟ୍‌ ଜାଲ୍‌ : ୪ ଗିରଫ

ନୂଆଦିଲ୍ଲୀ, ୦୯/୦୫ : ଲକ୍ଷ୍ନୌର ଏକନା ଷ୍ଟାଡିୟମ୍‌ ବାହାରେ ଜାଲ୍‌ ଆଇପିଏଲ୍‌ ଟିକେଟ୍‌ ବିକ୍ରି କରି ୪ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ଛତିଶଗଡ଼ର ଦୁର୍ଗ ଜିଲ୍ଲାର ବୋଲି ଲକ୍ଷ୍ନୌ ପୁଲିସ କହିଛି। ସେମାନେ ଏଆଇ ଓ ଡିଜାଇନ୍‌ ସଫ୍ଟଓ୍ବାର ବ୍ୟବହାର କରି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ର ଟିକେଟ୍‌ ପ୍ରସ୍ତୁତ କରିଥିଲେ ଓ ସେଥିରେ ଜାଲ୍‌ ଗେଟ୍‌, ବ୍ଲକ୍‌ ଓ ସିଟ୍‌ ନମ୍ବର ଇତ୍ୟାଦି ଦିଆଯାଇଥିଲା। ଏସବୁ ଟିକେଟ୍‌କୁ ଏହି ରାକେଟ୍‌ ପକ୍ଷରୁ ଷ୍ଟାଡିୟମ୍‌ ବାହାରେ ଦର୍ଶକମାନଙ୍କୁ ଚଢା ଦାମ୍‌ରେ ବିକ୍ରି କରାଯାଉଥିଲା