ଜୁଆ ଆଡ୍ଡା ଉପରେ ଚଢ଼ାଉ, ୫ ଯୁଆଡ଼ି ଓ ୪ଗାଡି ଜବତ

ମହାକାଳପଡ଼ା, ୧୯/୦୮ – ମହାକାଳପଡ଼ା ଥାନା ଅଞ୍ଚଳ ବରକନ୍ଧା ପଂଚାୟତ ଗୋଖାଖଟି ନାଳିଆପାଳ ପଡାର ଗୋଟିକିଆ ପକ୍କା ଘରେ କିଛି ଦିନ ହେବ ଜୁଆ ଖେଳ ଜାରିରହିଥିଲା l ମଙ୍ଗଳପୁର, ବରକନ୍ଧା ଓ ପେଟଛେଲା ଆଦି ଆଖ ପାଖ ପଂଚାୟତର ଜୁଆ ଖେଳାଳି କେବେ ଦିନରେ ତ କେତେବେଳେ ରାତି ରେ ଜୁଆ ଖେଳୁଥିଲେ l ଖେଳ ହେଉଥିବା ଘର ମାଲିକ ଦିନପାଇଁ ହଜାରେ ଓ ଉଭୟ ରାତି ଓ ଦିନ ପାଇଁ ଦୁଇ ହଜାର ଭଡା ନେଇ ଚୁପ ରହୁଥିଲେ l ପୋଲିସ ଅଗୋଚରରେ ଚାଲୁଥିବା ଏହିଜୁଆ ଖେଳ ବିଷୟରେ ଖବର ପାଇଁ ମହାକାଳପଡ଼ା ପୋଲିସ ସାଧା ପୋଷାକ ରେ ଖେଳ ସ୍ପଟ ଠାବ କରିଥିଲେ l ପରବର୍ତ୍ତୀ ସମୟରେ ଅନ୍ୟ ସହଯୋଗୀ ଓ ଥାନା ଗାଡି ଘଟଣା ସ୍ଥଳରେ ପହଂଚି ୫ଜଣ ଜୁଆ ଖେଳାଳି, ଗୋଟିଏ ସ୍କୁଟି ଓ ତିନୋଟି ବାଇକ ଜବତ କରିଥିବାର ଜଣାପଡିଛି l ଜୁଆ ଆଡ୍ଡା ଉପରେ ଚଢ଼ାଉ କଥା ପ୍ରଚାର ହେବା ପରେ ଲୋକେ କହନ୍ତି ଯେ ଏହିଭଳି ପ୍ରଥମେ ଗୋଜାବନ୍ଧ ରେ ପରେ ଷାଠିଏ ବାଟିରେ ଜୁଆ ଖେଳ ଚାଲୁଥିଲା l ତୃତୀୟ ପର୍ଯ୍ୟାୟ ରେ ଗୋଖାଖଟି ସ୍ୱାଇଁ ଘର ଗୋଟିକିଆ ଘରେ ମାସାଧିକ ହେବ ଜୁଆ ଖେଳ ଚାଲିଥିଲା l ବହିସୁତ୍ରରୁ ଖବର ପାଇ ପୋଲିସ ଚଢ଼ାଉ ବେଳେ ଚତୁର ଘର ମାଲିକ ଚମ୍ପଟ ମାରିଥିବା ବେଳେ ଯୁଆଡ଼ି ମାନେ ପୋଲିସ ହାତରେ ଧରାପଡିଛନ୍ତ l