ନିକିରାଇ ପୋଲିସର ବିଫଳତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିନଵ ଉପାୟରେ ଅଭିଯୋଗ

କେନ୍ଦ୍ରାପଡା,୩/୮: କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନାଞ୍ଚଳ ତରlଣ୍ଡୋ ଗାଁର ମଥୁରୀ ନାୟକଙ୍କ ପରିବାରରେ ଜମିବାଡ଼ିକୁ ନେଇ ବିବାଦ ଘନେଇଛି l ଵୃଦ୍ଧା ମଥୁରୀଙ୍କ ମଝିଆ ପୁଅ ବିମ୍ବାଧର ଘରର ଜମିବାଡ଼ି ହାତେଇ ନେବା ଲକ୍ଷ୍ୟରେ ଥିବାବେଳେ ବୁଢ଼ୀ ମା’କୁ ହତାଦର କରୁଥିଲେ l ଏ ନେଇ ବଡ଼ପୁଅ ପ୍ରତିବାଦ କରୁଥିବାରୁ ବିମ୍ବାଧର ବଡ଼ ପୁଅ ଉପରେ ଆକ୍ରୋଶ ପରାୟଣ ହୋଇ ଥିଲେ l ଜମି ବାଡ଼ି ଘଟଣାକୁ ନେଇ ୬୫ ବର୍ଷୀୟ ବୃଦ୍ଧ ବାପା ମଥୁରୀ, ବୁଢ଼ୀ ମା, ସାନଭାଇ ରମେଶ ଓ ବଡ଼ଭାଇକୁ କଟୁରି ଓ ଠେଙ୍ଗାରେ ଆକ୍ରମଣ କରି ଆହତ କରି ପକାଇଥିଲେ l ଯାହା ନେଇ ପ୍ରଥମେ ମଥୁରିଙ୍କ ପକ୍ଷରୁ ନିକିରାଇ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ନିକିରାଇ ପୋଲିସ ଅଭିଯୋଗକାରିଙ୍କୁ ନ୍ୟାୟ ଦେବାରେ ବିଳମ୍ବତା ନେଇ ଆକ୍ରମଣ ଓ ଆହତବେଳର ଫଟୋ ଚିତ୍ର ସହିତ ମା’ ଓ ସାନପୁଅ ସାକ୍ଷାତ କରି ଜିଲ୍ଲାପାଳଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି l ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବୁଢୀମା’ ଓ ସାନ ପୁଅ ରମେଶ ଫଟୋ ଚିତ୍ର ସହିତ ଆକ୍ରମଣ କାରି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାର ଜଣାପଡିଛି l