ଯୁବତୀଙ୍କୁ ବ୍ଲାକମେଲିଂ:ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ହ୍ବାଟ୍ସଅପରେ ଭାଇରାଲ

0

ପୁଣି ଏକ ଲଜ୍ୟା ଜଣକ ଖବର ସାମ୍ନାକୁ ଆସିଛି । କିଶୋରନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ପୋଲିସ ହରିଡ଼ାନାଳୀ ଗ୍ରାମର ସଞ୍ଜୟ ଦେହୁରୀ(୨୫)ଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁସାରେ , ଯୁବତୀଙ୍କ ସହ ସଞ୍ଜୟଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଉଭୟଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସଞ୍ଜୟ ଉଠାଇ ତାଙ୍କ ମୋବାଇଲରେ ରଖିଥିଲେ। ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ୍‌ ହେବା ଶୁଣି ସଞ୍ଜୟ ଉକ୍ତ ଫଟୋ ଗୁଡ଼ିକୁ ହ୍ବାଟ୍ସଅପରେ ଭାଇରାଲ କରିଥିଲେ। ଏ ସମ୍ପର୍କରେ ଯୁବତୀ ଜାଣିବା ପରେ ସଞ୍ଜୟଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ସମ୍ପୃକ୍ତା ଯୁବତୀଙ୍କ ଅଭିଯୋଗ କ୍ରମେ ନଂ. ୬୨/୧୮ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଦିନକୁ ଦିନ କଳୁଷିତ ହେବାକୁ ଲାଗିଛି ପ୍ରେମ ସମ୍ପର୍କ, ସାମାଜିକ ବିଧି ବ୍ୟବସ୍ଥାକୁ ଏକ ପ୍ରକାର ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି ଏହି ଦୁରାରୋଗ୍ୟ ।ତେବେ ଆଗାମୀ ଦିନରେ ଏହା କି ରୂପ ନେଉଛି ତାହା ଦେଖିବାର କଥା ।

Leave A Reply

Your email address will not be published.