ଜମ୍ବୁ ଦ୍ବୀପ ମହୋତ୍ସବର ତୃତୀୟ ସନ୍ଧ୍ୟାରେ କଟକ ସଦର ବିଧାୟକ ମୁଖ୍ୟ ଅତିଥି

ମହାକାଳପଡ଼ା, ୧୮/୦୪ : ଜମ୍ବୁଦ୍ବୀପ ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ସେଠି , ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି,ଏଡିଏମ ରବୀନ୍ଦ୍ର ନାଥ ମଲ୍ଲିକ, ତହସିଲଦାର ତଥା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ମଂଚାସୀନ ଥିଲେ l ନିଜ ଅଂଚଳର ବିକାଶ ଓ ଐତିହ୍ୟ ପରମ୍ପରା ର ଅଗ୍ରଗତି ନେଇ ସତଚେଷ୍ଟିତ ଯୁବ ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ଙ୍କ କାର୍ଯ୍ୟଧାରାକୁ ମୁଖ୍ୟ ଅତିଥି ବେଶ ତାରିଫ କରିଥିଲେ l ଆହୁରି ମଧ୍ୟ ମହୋତ୍ସବ ହବ ଏବଂ ବାଣିଜ୍ୟ ର ପେଣ୍ଠ ସ୍ଥଳୀ ଭାବେ ପରିଗଣିତ ନେଇ ଅଦ୍ଭୁତ ପୂର୍ବ ବିକାଶ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ ସ୍ୱର ସହିତ ସ୍ୱର ମିଳାଇ ବିଭାଗୀୟ ମନ୍ତ୍ରୀଙ୍କ ଅନମୋଦନ ପାଇଁ ସହଯୋଗ କରିବେ ବୋଲି କଥା ରଖିଛନ୍ତି l ଦ୍ୱିତୀୟ ବର୍ଷ ର ତୃତୀୟ ସନ୍ଧ୍ୟା ରେ ଯୋଗ ଦେଇ ଅଞ୍ଚଳ ବାସୀଙ୍କ ଭଲପାଇବା କୁ ପ୍ରଶଂସା କରିଥିଲେ l ଅଞ୍ଚଳ ର ବିକାଶ ନେଇ ଅନୁଷ୍ଠିତ ହେଉଥିବା ଜମ୍ବୁ ମହୋତ୍ସବ ର ବିନ୍ଧାଣି ତଥା ସ୍ଥାନୀୟ ବିଧାୟକ ଶ୍ରୀ ନାୟକ ଙ୍କ ଅନୁପସ୍ଥିତ ରେ ଦ୍ୱିତୀୟ ବର୍ଷ ର ତୃତୀୟ ସନ୍ଧ୍ୟା ରେ ଯୋଗ ଦେଇ କଟକ ସଦର ବିଧାୟଜ ଶ୍ରୀ ସେଠି ନିଜ କୁ ଗୌରବାନ୍ୱିତ ମନେ କରିଥିଲେ l ଉପସ୍ଥିତ ଜନତାଙ୍କୁ ଅଞ୍ଚଳ ବାସୀଙ୍କ ନିମନ୍ତେ ଆଶା, ଭରଷା ଓ ସୁରକ୍ଷା କବଚ ପାଲଟିଥିବା ମା ରାମଚଣ୍ଡୀଙ୍କ ଙ୍କ ଅଲୌକିକ କାହାଣୀ ଆଜି ଵି ରାଜ୍ୟରେ ଚର୍ଚ୍ଚା ରେ ରହିଛି ଆଗକୁ ଉଦ୍ଜୀବିତ ରହିବ ବୋଲି ଆଲୋଚନା କରିଥିଲେ l