ମହାକାଳପଡ଼ା, ୧୮/୦୪ : ମହାକାଳପଡ଼ା ବ୍ଲକ କେୟାର ବାଙ୍କ ସ୍ଥିତ ବିଜେଡି କାର୍ଯାଳୟ ପରିସରରେ ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି l ବରିଷ୍ଠ ବିଜେଡି ନେତା ବିଜୟ କୁମାର ଜେନା ଙ୍କ ଅଧ୍ୟକ୍ଷତା ରେ ଏହି ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଥିଲା l ଉକ୍ତ ସଭାରେ ଦଳର ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ରହି ବିଜୁବାବୁ ଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ l କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ,ପ୍ରତାପ ମଳିକ, ମଣି ଭୂଷଣ ଦାସ, ରବୀନ୍ଦ୍ର ପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜିନୀ ସେଠି, ସୁରଭି ଜେନା, ନଳିନୀ ପ୍ରଭା ଚୌଧୁରୀ, ବାରଡାଙ୍ଗ ସରପଞ୍ଚ ଅରବିନ୍ଦ ଜେନା, ଯୁବ ନେତା ହେମନ୍ତ ସାହୁ,ମନୋଜ ପାତ୍ର, ମାଧବାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l