ସାବାଳିକା ଝିଅକୁ ଭୟଭୀତ କରାଇ ଅପହରଣ ନେଇ ଥାନାରେ ଅଭିଯୋଗ

ମହାକାଳପଡ଼ା, ୧୮/୦୪ : ମହାକାଳପଡ଼ା ଥାନା ଅଧୀନ ବାରଡାଙ୍ଗ ପଂଚାୟତ ଅନ୍ତର୍ଗତ ଜଗତି ଗାଁ ର ଦୁଃଶାସନ ପରିଡା ଙ୍କ ସାବାଳିକା ଝିଅ କୁ ଗତ ମାସ ୧୯ରେ କୋଚିଳା ଗାଁ ର ମକରା ଓରଫ ଅନନ୍ତ ନାୟକ ପି -ବିଜୟ ବଳପୂର୍ବକ ଭୟଭୀତ କରାଇ ଘରୁ ଉଠାଇ ନେଇଥିବାର ଖୋଦ ଅପହୃତା ଥାନାରେ ଅଭିଯୋଗ କରିଛନ୍ତି l ନିଜେ ଅନନ୍ତ ଝିଅ କୁ ଘରୁ ଟେକି ନେଇ ବୋଲେରୋ ରେ ଛାଡିଥିଲା l ଯୋଜନା ମୁତାବକ ବୋଲେରୋ ରେ ବାହାର ସୁବଳା ଗାଁ ର ୨ ଜଣ ଓ କୋଚିଳା ଗାଁ ର ୩ ଜଣ ସହଯୋଗୀ ଗାଡ଼ିରେ ଆଗରୁ ଅପେକ୍ଷା ରେ ଥିଲେ l ସେହିପରି ଗାଁ ରୁ ନେଇଯାଇ ଯଅଁରା ଗଡା ନିକଟରେ ଆହୁରି ପାଞ୍ଚ ଜଣ ସହଯୋଗୀ ବାଇକ ଧରି ଅପେକ୍ଷା ରେ ଥିଲେ l ଆମ୍ଭେ ସେଠାରେ ପହଂଚିବା ପରେ ମୋତେ ରାସାୟନିକ ଯୁକ୍ତ କପଡା ସୁଂଘାଇ ଅଚେତ କରାଇ ଦୁରକୁ ନେଇଯାଇଥିଲେ l ଝିଅର ଚେତା ଫେରିଲା ବେଳକୁ ଟ୍ରେନରେ ବସିଥିବାର ଦେଖିଥିବାର ଅଭିଯୋଗ କାରିଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଟ୍ରେନ ରେ ଯିବା ବାଟରେ ଅନନ୍ତ ଙ୍କ ସହଯୋଗୀ ଭାବେ ମନୋଜ ଓ ସୁକାନ୍ତ ଟ୍ରେନ ରେ ସାଥିରେ ଥିଲେ l ଯେଉଁ ଦୁଇଜଣ ଙ୍କୁ ଅନନ୍ତ ମାମୁଁ ବୋଲି ଡାକୁଥିବାର ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି l ହାଇଦ୍ରାବାଦ ପହଂଚିବା ପରେ ଅନନ୍ତ ଙ୍କ ମାମୁଁ ମାଇଁ ଘରେ ରଖି ଥିଲେ l ଇତି ମଧ୍ୟରେ ତାଙ୍କର ମାମୁଁ ମାଇଁ ମାଡ଼ ମାରିବା ଓ ବହୁ ନିର୍ଯ୍ୟାତନା ଦେଇଥିବାର ଉଲ୍ଲେଖ ରହିଛି l ଏଭଳି ୯ଦିନ କଟିବା ପରେ ଝିଅକୁ ମାଡ଼ ମାରି ଶାଢ଼ୀ ପିନ୍ଧାଇ ବ୍ରାହ୍ମଣ ଅନୁପସ୍ଥିତି ରେ ଏକ ଫଟୋ ଉଠାଇ ଥିଲେ l ନିର୍ଯ୍ୟାତନା ଫାଶରୁ ମୁକୁଳିବା ଲକ୍ଷ୍ୟରେ ଗାଁରେ ଯାଇ କୋର୍ଟ ବିବାହ ପାଇଁ ପ୍ରସ୍ତାବ ଦେବାରୁ ପୁଅ ରାଜି ହୋଇ ସ୍ଵଦୁର ହାଇଦ୍ରାବାଦ ରୁ ଧରି ଘରକୁ ଫେରୁଥିଲା l ଏ ନେଇ ଝିଅ ଅଲଗା ଫୋନରୁ ଘରକୁ ଫୋନ କରିବାରୁ ଘର ଲୋକେ ଭୁବନେଶ୍ୱର ରୁ ଉଭୟ ଝିଅ ଓ ପୁଅକୁ ଧରି ଗାଁ କୁ ଆଣି ପୋଲିସ ଜିମା ଦେଇଥିଲେ l ପୋଲିସ ଅଭିଯୋଗ ମୁତାବକ ୧୧୨/୨୦୨୬ମୂଳେ ମାମଲା ରୁଜୁ କରି ଅନନ୍ତ ଙ୍କୁ କୋର୍ଟ ଫରୱାର୍ଡ଼ କରିଥିବା ର ଜଣାପଡିଛି l