ମହାକାଳପଡ଼ା, ୨୧/୦୪ : ମହାକାଳପଡ଼ା ବ୍ଲକ ବତୀଘର ପଂଚାୟତସ୍ଥ ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟ, ବରକୋଳିଖୋଳା ପରିସର ରେ ରବିବାର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ପୁରାତନ ଛାତ୍ର /ଛାତ୍ରୀ ମାନଙ୍କ ଦ୍ୱାରା ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l. ସଭାରେ ବିଦ୍ୟାଳୟ ର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଧରଣୀଧର ସ୍ୱାଇଁ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ବ୍ଲକ ନୋଡାଲ ଏଚଏମ ରଘୁନାଥ ଦାସ, ମୁଖ୍ୟ ଅତିଥି, ଅଶୋକ ଓଝା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ଏତଦ ବ୍ୟତିତ ସ୍ଥାନୀୟ ସରପଞ୍ଚ ଶିବାନୀ ବିଜୁଳି, ସମିତିସଭ୍ୟ କୃଷ୍ଣପଦ ମଣ୍ଡଳ, ରାମନଗର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାମଲ,ଫଲସପଏଣ୍ଟ ଲାଇଟହାଉସ ର ହେଡ଼କିପର ଜୟନ୍ତ ଚାଟାର୍ଜି ସମ୍ମାନୀୟ ଅତିଥି ଭାବେ ମଂଚାସୀନ ଥିଲେ l ବହୁ ଆଡମ୍ବର ପୂର୍ଣ୍ଣ ଭାବେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପୁରାତନ ଛାତ୍ର/ଛାତ୍ରୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଛାତ୍ର /ଛାତ୍ରୀ ଓ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ଗୁରୁଶିଷ୍ୟ ଭଳି ମଧୁର ସମ୍ପର୍କ ବେଶ ଅlତ୍ମୀୟତା ସୃଷ୍ଟି କରିଥିଲା l ଭାଵ ବିହ୍ଵଳ ପରିବେଶ ଭିତରେ ପ୍ରଗାଢ଼ ଗୁରୁ ଭକ୍ତି ଓ ଅନାବିଳ ସ୍ନେହ ପରିଲକ୍ଷିତ ହୋଇଥିଲା l ଆୟୋଜକ ଭାବେ , ୧୯୮୫ରୁ ଅବସ୍ଥାପିତ ହେବାପରେ ବିଦ୍ୟାଳୟ ୧୯୮୯ ମାଟ୍ରିକ ବ୍ୟାଚ ଠାରୁ ୨୦୨୬ ବ୍ୟାଚ ପର୍ଯ୍ୟନ୍ତ ସମସ୍ତ ଛାତ୍ର /ଛାତ୍ରୀ ଉପସ୍ଥିତ ଥିଲେ l ସଭା ଶେଷରେ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ଦାସ ଓ ସହକାରୀ ଶିକ୍ଷକ ଅଭୟକୁମାର ନାୟକ, ଅଜାମିଳ ବେରା, ଅଜୟ କୁମାର ଚୌଧୁରୀ, ହିମାଂଶୁ ଶେଖର ଦାସ, ପବିତ୍ର ରାଉତ ସମେତ ୬ଜଣ ଶିକ୍ଷକ ଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l