ଛତର ପାକ୍ସ ରେ ଅନିୟମିତତା ନେଇ ଚାଷୀଙ୍କ ଧାରଣା ଆଲୋଚନା ପରେ ସ୍ଥଗିତ 

ମହାକାଳପଡ଼ା (ସବ୍ୟୁ )ମହାକାଳପଡ଼ା ବ୍ଲକ ଅଧୀନ ବିଭିନ୍ନ ପାକ୍ସ ରେ ଲାଗିରହୁଥିବା ଅନିୟମିତତା ଅନେକ ସମୟରେ ମ୍ୟାନେଜ ହେଇଥିବାର ନଜିର ଥିବା ବେଳେ ଛତର ପାକ୍ସ ରେ ତାହା ହୋଇପାରିନାହିଁ l ଯାହା ଫଳରେ ପାକ୍ସ ଅଧୀନ କିଛି ଚାଷୀ ଅନିୟମିତତା ବିରୁଦ୍ଧରେ ପୁଞ୍ଜିଭୂତ ଅଶାନ୍ତି ନେଇ ଶୁକ୍ରବାର କାର୍ଯ୍ୟାଳୟ ପରିସର ରେ ଧାରଣା ରେ ବସିଥିଲେ l ଧାରଣା ଦେବା ପୂର୍ବରୁ ଚାଷୀ ପାକ୍ସ ସଭାପତି, ସମ୍ପାଦକ, ଏଆରସିଏସ ଙ୍କୁ ବହୁ ପୂର୍ବରୁ ଲିଖିତ ଅଭିଯୋଗ କରି ସୁଫଳ ନପାଇବାରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଥିବାର କହନ୍ତି l ଚାଷୀ ପଞ୍ଜିକରଣ, ସାରବିକ୍ରୟ, ମଣ୍ଡି ରେ ଧାନ ଦେବା ସମୟରେ ଅସୁବିଧା ସମେତ ବିଭିନ୍ନ ସମସ୍ୟା ନେଇ ଧାରଣା ରେ ବସିଥିଲେ l ପୂର୍ବତନ ସମ୍ପାଦକ ଙ୍କ ପୁଅ ତଥା ଡାଟା ଏଣ୍ଟ୍ରି ଅପରେଟର (ଡିଇଓ ) ଭାବେ କାର୍ଯ୍ୟକରୁଛନ୍ତି ଅଧିକାଂଶ ସମୟରେ ଚାଷୀ ଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାର ଅଭିଯୋଗ କରୁଛନ୍ତି l ଏପରିକି ବାହାର ତହସିଲ ରେ ଥିବା ଚାଷୀ ଓ ଚାଷ ଜମି କୁ ପଞ୍ଜିକୃତ କରୁଥିବାର ଅଭିଯୋଗ କରନ୍ତି l ସେହିପରି ସମ୍ପାଦକ ଦାୟିତ୍ୱ ରେ ଥିବା ସହସମ୍ପାଦକ ଭାଗଚାଷି ମାନଙ୍କୁ ପଞ୍ଜିକରଣ କରିବାରେ ଅସହଯୋଗୀ ସାଜୁଛନ୍ତି l ଏନେଇ ଉଦୟ ସାହୁ, ଫକୀର ସାହୁ, ହେମନ୍ତ ପ୍ରଧାନ, ନିର୍ମଳ ପ୍ରଧାନ ସମେତ ୧୦ରୁ ଉର୍ଦ୍ଧ୍ଵ ଚାଷୀ ଧାରଣାରେ ସାମିଲ ଥିଲେ l ଧାରଣା ସ୍ଥଳରେ ଚାଷୀ ଅନ୍ୟାୟ ଅନୀତି ଓ କାର୍ଯ୍ୟରତ କର୍ମଚାରୀ ଙ୍କ ମନମାନି ଙ୍କୁ ଘୋର ନିନ୍ଦା କରିଥିଲେ l ଏପରିକି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଙ୍କ ବହିଷ୍କାର ଦାବି କରି ବସିରହିଥିଲେ l ଅପରାହ୍ନ ରେ ପାକ୍ସ ର ସଭାପତି ଧାରଣା ସ୍ଥଳରେ ପହଂଚି ସମ୍ପାଦକ ଓ କିଛି ବୋର୍ଡ ସଭ୍ୟ ଙ୍କ ଉପସ୍ଥିତି ରେ ଦୀର୍ଘ ସମୟ ଆଲୋଚନା କରିଥିଲେ l ସର୍ବଶେଷରେ ଧାରଣାରତ ଚାଷୀ ବହୁ ବୁଝା ସୁଝା ପରେ ଧାରଣାରୁ ଓହରିଥିଲେ l