ନୂଆଦିଲ୍ଲୀ, ୦୨/୧୦ : ଆଜି ନିର୍ବାଚନ କମିସନ୍ଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବିରୋଧୀ ଇଣ୍ଡି ମେଣ୍ଟ୍, ‘ଜେଲ୍ ଭରୋ ଆନ୍ଦୋଳନ’ କରିବ କକ୍ରୋଚ୍ ଜନତା ପାର୍ଟି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟ ପକ୍ଷରୁ ଦେଶର ବିଭିନ୍ନ ଜିଲ୍ଲାରେ ‘ସେଭ୍ ଡେମୋକ୍ରାସି’ ପଦଯାତ୍ରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ୬ ତାରିଖରେ ବିରୋଧୀ ଦଳର ସମସ୍ତ ସାଂସଦ ନୂଆଦିଲ୍ଲୀରେ ନିର୍ବାଚନ କମିସନ୍ ଅଫିସ୍ ଅଭିମୁଖେ ବିରାଟ ପଦଯାତ୍ରା କରିବେ । ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ୫ଟି ବଡ଼ ଜନସଭାର ମଧ୍ୟ ଆୟୋଜନ କରାଯିବ । ଅନ୍ୟପଟେ ‘କକ୍ରୋଚ୍ ଜନତା ପାର୍ଟି’ ମଧ୍ୟ ଆଜି ମୁମ୍ବାଇର ଶିବାଜୀ ପାର୍କରୁ ‘ଜେଲ୍ ଭରୋ ଆନ୍ଦୋଳନ’ ଆରମ୍ଭ କରିବ । ସିଜେପି ମୁଖ୍ୟ ନିର୍ବାଚନ କମିସନର୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ ଏସ୍ଆଇଆର୍ ସ୍ଥଗିତ ରଖିବାକୁ ଦାବି କରିଛି ।