ଭୁବନେଶ୍ୱର, ୦୨/୧୦ : ଆଜି ଅକ୍ଟୋବର ୨ ତାରିଖ, ଦେଶ ପାଳୁଛି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଅହିଂସା ଓ ସରଳତାର ବାର୍ତ୍ତାକୁ ମନେ ପକାଉଛନ୍ତି ଦେଶବାସୀ । ଭାରତୀୟ ଇତିହାସରେ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ଦିନରେ ଜନ୍ମ ନେଇଥିଲେ ଦେଶର ଦୁଇ ମହାନ ପୁରୁଷ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ସାରା ଦେଶ ଏହି ଦୁଇ ମହାପୁରୁଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ ।