ଦୁଇ ଟ୍ରଲର ଓ ୪୦କେଜି ମାଛ ଜବତ,୧୯ମତ୍ସ୍ୟଜୀବି ଗିରଫ

ମହାକାଳପଡ଼ା, ୦୨/୧୦ : ସ୍ଥାନୀୟ ବ୍ଲକ ଅଧୀନ ଗହୀର ମଥା ରେଞ୍ଜ କାର୍ଯ୍ୟାଳୟ ଅନ୍ତର୍ଗତ ମାଦେଳି ମୁହାଣ ରୁ ଓମ ବାବା ଓ ମା ନନ୍ଦିନୀ ନାମକ ଦୁଇ ଟ୍ରଲର ବେଆଇନ ଫିସିଂ କରୁଥିବା ବେଳେ ଜବତ ହୋଇଥିବାର ଜଣାପଡିଛି l ସୂଚନାରୁ ପ୍ରକାଶ ମଙ୍ଗଳବାର ବରୁଣେଇ ସେକ୍ସନ ଫରେଷ୍ଟର ପ୍ରଫୁଲ୍ଲ ମାଝୀ ଓ ଏକକୁଳା ଫରେଷ୍ଟର ନିର୍ମଳ ନାୟକ ଡ୍ୟୁଟିରେ ଥିବା ବେଳେ ମାଦେଳି ମୁହାଣରୁ ଓମ ବାବା ଓ ମା ନନ୍ଦିନୀ ଟ୍ରଲର ସହିତ ସମୁଦାୟ ୪୦କେଜି ମାଛ ଜବତ କରି ୧୯ଜଣଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରିଛନ୍ତି l ଓମ ଟ୍ରଲର ରେ ପୁରୀ ଜିଲ୍ଲାର ଚାଳକ ଅଜୟ ନାୟକ ଙ୍କ ସହିତ ଭଦ୍ରକ ର ତିନି ଜଣ ଓ.ମୟୁରଭଞ୍ଜ ଜିଲ୍ଲା ର ୫ଜଣ ସହଯୋଗୀ ମତ୍ସ୍ୟ ଜୀବି ଅଛନ୍ତି l ସେହିପରି ନନ୍ଦିନୀ ଟ୍ରଲର ରେ ବାଲେଶ୍ୱର ଜିଲ୍ଲା ର ଚାଳକ ମହେଶ୍ୱର ଗାହାଣ ଙ୍କ ସହିତ ସହଯୋଗୀ ମତ୍ସ୍ୟଜୀବି ୬ଜଣ ବାଲେଶ୍ୱର ଜିଲ୍ଲା ର ୩ଜଣ ଭଦ୍ରକ ଜିଲ୍ଲା ର ବୋଲି ଜଣାପଡିଛି l ଆହୁରି ମଧ୍ୟ ଟ୍ରଲର ନେଟ ୧୦ଗୋଟି ଓ ଗିଲ ନେଟ ୧୧ଗୋଟି ଏବଂ ଭିଏଚଏଫ ୬ଗୋଟି ଜବତ କରିଛନ୍ତି ବନକର୍ମଚାରୀ l ଫରେଷ୍ଟ ଗାର୍ଡ ନିରଞ୍ଜନ ମଣ୍ଡଳ ଓ ଦୋଳଗୋବିନ୍ଦ ନାୟକ ସହଯୋଗୀ ଭାବେ ଘଟଣା ସ୍ଥଳ ରେ ଉପସ୍ଥିତ ଥିବାର ଜଣାପଡିଛି l ଉଭୟ ଟ୍ରଲର ରୁ ଜବତ ସାମୁଦ୍ରିକ ମାଛ ର ପରିମାଣ ଖୁବକମ ହୋଇଥିବାର ଜଣାପଡିଛି l