ଭୁବନେଶ୍ୱର ୨୧/୦୪ : ମେ ୭ ତାରିଖରେ ନିଟ୍ ୟୁଜି ପରୀକ୍ଷା ଥିବାରୁ ୨୦ଲକ୍ଷ ୮୭ହଜାର ୪୪୫ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଗତବର୍ଷଠାରୁ ୨.୫୭ଲକ୍ଷ ଅଧିକ ପିଲା ଆବେଦନ କରିଛନ୍ତି । ୭ରାଜ୍ୟରୁ ୧ଲକ୍ଷରୁ ଅଧିକ ପିଲା ଆବେଦନ କରିଛନ୍ତି । ମହାରାଷ୍ଟ୍ରରୁ ୨.୮ ଲକ୍ଷ ଓ ଉତ୍ତରପ୍ରଦେଶରୁ ୨.୭ ଲକ୍ଷ ପିଲା । ସେହିପରି ଓବିସି ବର୍ଗର ୮.୯ ଲକ୍ଷ ପିଲା ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଅନୁସୂଚିତ ଜାତି ବର୍ଗର ୩ ଲକ୍ଷ, ଅନୁସୂଚିତ ଜନଜାତି ବର୍ଗର ୧.୩ ଲକ୍ଷ, ଆର୍ଥିକ ପଛୁଆ ବର୍ଗ ର ୧.୫ଲକ୍ଷ ପିଲା ଆବେଦନ କରିଛନ୍ତି । ସାଧାରଣ ବର୍ଗରେ ୬ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବେ । ମେ ୭ରେ ୧.୪ଲକ୍ଷ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ପ୍ରବେଶିକା ପରୀକ୍ଷା ହେବ ।