ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ଘୋଷଣା : ଆଜିଠୁ ସବୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଛୁଟି

0

ଭୁବନେଶ୍ୱର ୨୧/୦୪ : ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଯୋଗୁଁ ଏହାକୁ ନଜରରେ ରଖି ଶୁକ୍ରବାର ଠାରୁ ସବୁ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହୋଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସମୟ ପୂର୍ବରୁ ଘୋଷଣା ହୋଇଛି ଗ୍ରୀଷ୍ମକାଳୀନ ଛୁଟି । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ସରକାର ।

ବୃଦ୍ଧି ପାଉଥିବା ତାପମାତ୍ରାକୁ ନଜରରେ ରଖୀ ସମସ୍ତ ସ୍କୁଲକୁ ୧୯ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ଶୁକ୍ରବାର ପୁଣିଥରେ ସ୍କୁଲରେ ପାଠପଢା ଆରମ୍ଭ ହେବାକୁ ଥିବା ବେଳେ ଏହି ଘୋଷଣାରେ ପରିବର୍ତ୍ତନ ହୋଇଛି । ଶୁକ୍ରବାର ସ୍କୁଲ ଖୋଲିବା ପରିବର୍ତ୍ତେ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସାରା ଓଡିଶାରେ ପ୍ରଚଣ୍ଡ ଖରା ଏବଂ ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ସମୟ ପୂର୍ବରୁ ଆଜିଠାରୁ ସମସ୍ତ ସ୍କୁଲ ଇତ୍ୟାଦିରେ ଆଗୁଆ ଖରାଛୁଟି ପ୍ରଦାନ କରାଯାଇଛି ।

SBI AD
Leave A Reply

Your email address will not be published.