ଭୁବନେଶ୍ୱର, ୧୯/୦୯ : ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ ଗିରଫ ଗିରଫ ହେଲେ OAS ଅଫିସର ଅରୁଣ ବିଶ୍ବାଳ। ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ବାଳ ଗିରଫ କରିଛି ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ।ଗତ କାଲି ପୀଡ଼ିତାଙ୍କ ଘରେ ପଶିଥିବା ବେଳେ ତାଙ୍କୁ ଉଠାଇ ଆଣିଥିଲା ପିସିଆର।ଥାନରେ ଲିଖିତ ଅଭିଯୋଗ ପରେ ଅରୁଣ ବିଶ୍ବାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତାଙ୍କ ନାଁରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ବିଏନଏସ ଧାରା ୬୪(୨)(ବି) – କ୍ଷମତା କିମ୍ବା ପଦବୀର ଦୁରୁପଯୋଗ କରି ସହକର୍ମୀଙ୍କୁ ଦୁଷ୍କର୍ମ, ଧାରା ୧୦୯(୧) – ହତ୍ୟା ଉଦ୍ୟମ, ଧାରା ୧୧୫(୨) – ସ୍ବେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା, ଧାରା ୨୯୬ – ଅଶ୍ଳୀଳ କାର୍ଯ୍ୟ, ଧାରା ୩୫୧(୨) -ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।