ଭୁବନେଶ୍ୱର, ୦୪/୦୬ : ଶ୍ରୀକ୍ଷେତ୍ରରୁ ମିଳିବ ବିପର୍ଯ୍ୟୟ ପରିଚାଳନାର ବୈଶ୍ୱିକ ସୂତ୍ର । ମହୋଦଧି ତଟରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ମାନସମନ୍ଥନ । ପୁରୀରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବିକ୍ସ ଗୋଷ୍ଠୀର ଦ୍ବିତୀୟ ବୈଠକର ଆଜି ଦ୍ୱିତୀୟ ଦିନ । ଏହି ୩ ଦିନିଆ ସମ୍ମିଳନୀରେ ବ୍ରାଜିଲ, ରୁଷ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ସାଉଦିଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ୧୧ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ବାତ୍ୟା, ବନ୍ୟା ହେଉ ଅବା ମରୁଡ଼ି, ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାବେଳେ, ଏଭଳି ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ପୁରୀରେ ହେବା ଗୁରୁତ୍ୱ ବହନ କରୁଛି ।