ଭୁବନେଶ୍ଵର ୨୦/୦୪ : ସ୍କିଲ କନକ୍ଳେଭକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନକ୍ଳେଭ ପ୍ରଦର୍ଶନୀ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ୨୦ ରୁ ୨୨ ତରିଖ ପାର୍ଯ୍ୟନ୍ତ ଏହି କନକ୍ଳେଭ ଚାଲିବ । ନୂଆ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ପାଇଁ ୧୦୦ କୋଟିର ବଜେଟ କରିଛନ୍ତି ରାଜ୍ୟ ସରକାର । ୧ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶରେ ଏହି ଟଙ୍କା ଖର୍ଚ୍ଚ ହେବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂତନ ଟେକ୍ନୋଲୋଜିରେ ଆମକୁ ଅଧିକ ଦକ୍ଷ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ। ସ୍କିଲଡ ଇନ ଓଡ଼ିଶା ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ପାଇଁ ପ୍ରଥମ ଥର ପାଇଁ ଏହି କନକ୍ଳେଭ ଆୟୋଜନ କରିଛନ୍ତି ଓଡ଼ିଶା ସରକାର। ୨ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ଶିଳ୍ପ ଏକାଡେମୀ , ସରକାରୀ କ୍ଷେତ୍ରର ଏକ ହଜାର ରୁ ଉର୍ଦ୍ଧ୍ଵ ପ୍ରତିନିଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ଦୈନିକ ୨ ରୁ ୩ ହଜାର ଛାତ୍ରଛାତ୍ରୀ ଓ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍କିଲ କନକ୍ଳେଭରେ ରାଜ୍ୟର ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ଆଜି ୪ ରୁ ଅଧିକ ଏମଓୟୁ ସ୍ଵାକ୍ଷର ହୋଇଛି।