ସମ୍ବିଧାନ ହେଉଛି ଅନ୍ୟାୟ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୬/୧୧ : ଭାରତୀୟ ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଏହା ଦେଶର ଆତ୍ମା । ଅନ୍ୟାୟ ବିରୋଧରେ ଏହା ସବୁଠୁ ବଡ଼ ଅସ୍ତ୍ର । ପ୍ରତ୍ୟେକ ନାଗରିକଙ୍କ ଗରିମା, ଅଧିକାର ଓ ସ୍ୱାଧୀନତାର ସୁରକ୍ଷା କରିବା ସହ ସମସ୍ତଙ୍କ ସ୍ୱରକୁ ଶକ୍ତି ଦେଇଥାଏ ସମ୍ବିଧାନ । ଗୁରୁବାର ସମ୍ବିଧାନ ଦିବସ ଅବସରରେ ଏଭଳି ମତ ପ୍ରକାଶ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, ସମ୍ବିଧାନ ଦେଶର ଗଣତନ୍ତ୍ରର ମୂଳଦୁଆ । ଏହା ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରା ଭଳି ମୂଲ୍ୟବୋଧକୁ ସୁରକ୍ଷିତ ରଖିଥାଏ । ପ୍ରତ୍ୟେକ ନାଗରିକଙ୍କ ସମ୍ମାନ, ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ସମ୍ବିଧାନକୁ ସବୁ ପରିସ୍ଥିତିରେ ରକ୍ଷା କରିବା ଆବଶ୍ୟକ ।