ଭୁବନେଶ୍ୱର, ୨୩/୦୫ : ଦେହକୁ ଜାଳି ଦଉଚି ତାତି। ସକାଳ ସାଢ଼େ ୫ଟାରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି। ଭୁବନେଶ୍ୱରରେ ଗତ ୪ ଦିନରେ ସକାଳ ତାପମାତ୍ରା ସର୍ବାଧିକ। ଓଡ଼ିଶାବାସୀଙ୍କୁ କାହିଁକି ଅସ୍ତବ୍ୟସ୍ତ କଲାଣି ତାତି ସାଙ୍ଗକୁ ଗୁଳୁଗୁଳି। ଦିନକୁ ଦିନ ତାପମାତ୍ରା ବଢ଼ିଚାଲିଥିବା ବେଳେ ଲୋକେ ଅଣନିଶ୍ୱାସୀ ହୋଇପଡିଲେଣି।ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରଖର ଶୁଖିଲା ଖରା ସହ ତାପମାତ୍ରା ୪୪ଡିଗ୍ରୀ ପାର୍ କରିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ସ୍ଥିତିକୁ ଅତି ସଂଗୀନ ରହିଛି। ରାଜ୍ୟରେ ବଢୁଥିବା ତାପମାତ୍ରାରେ ଅଂଶୁଘାତରେ ୧୬ ଜଣଙ୍କ ମୃତ୍ୟୁ ଅଭିଯୋଗ। ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ତେଣୁ ଆସନ୍ତା ୩ ଦିନରେ ରାଜ୍ୟରେ ୩ ଡିଗ୍ରି ସେଲସିୟସ ବଢ଼ିବ। ଏହି ଅସହ୍ୟ ତାତିକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଦିନ ୩ ରୁ ୫ ପର୍ଯ୍ୟନ୍ତ କାମ ନ କରିବା ନିର୍ଦେଶ ଦିଆଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏପରିକି ବାହାରକୁ ଯିବା ସମୟରେ ଛତା, ଜୋତା, ପାଣି ବୋତଲ ଏବଂ କଳା ଚଷମା ବ୍ୟବହାର ପାଇଁ ମଧ୍ୟ ନିର୍ଦେଶ ଜାରି ହୋଇଛି।