କିଟ୍‍ ରେ ଅତ୍ୟାଧୁନିକ ପିକଲବଲ୍ କୋର୍ଟ ଉଦଘାଟନ କଲେ ଟାଇମ୍‍ସ ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ବିନିତ ଜୈନ

ଭୁବନେଶ୍ୱର, ୧୮ /୦୪ : ଟାଇମ୍‍ସ ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ତଥା ଇଣ୍ଡିଆନ ପିକଲବଲ୍ ଲିଗ୍ ର ପ୍ରତିଷ୍ଠାତା ବିନିତ ଜୈନଙ୍କ ଦ୍ୱାରା କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ୮ଟି ଅତ୍ୟାଧୁନିକ ପିକଲବଲ୍ କୋର୍ଟ ଉଦଘାଟିତ ହୋଇଯାଇଛି । ବିନୀତ ଜୈନ ର୍ବତ୍ତମାନ କିଟ୍‍ ରେ ଆୟୋଜିତ ୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଅବସରରେ ଓଡ଼ିଶାରେ ଅଛନ୍ତି । ଏହି ଅବସରରେ ବିନିତ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । ସେ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ପରିଦର୍ଶନ କରିବା ସହ କିସ୍‍ର ସମସ୍ତ ୟୁନିଟ୍‍ ପରିଦର୍ଶନ କରିଥିଲେ । କିଟ୍‍ ପରିଦର୍ଶନ ଅବସରରେ ସେ କିଟ୍‍ ବିଶ୍ୱବିଦ୍ୟାଳୟରେ ଥିବା କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ ଓ ନିଜେ ମଧ୍ୟ ଅଭ୍ୟାସ କରିଥିଲେ। ଏକ ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ କ୍ରୀଡ଼ାର ବିକାଶ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। କିଟ ଓ କିସ୍‍ ପରିଦର୍ଶନ ଅବସରରେ ବିନିତ କହିଲେ, ପ୍ରଥମ ଥର ପାଇଁ ସେ ଓଡ଼ିଶା ଆସିଥିବା ବେଳେ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି । ଆସନ୍ତା କାଲି ସେ ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ଡ. ଅଚ୍ୟୁତ ସାମନ୍ତଙ୍କ ପାଇଁ ସେ ଓଡ଼ିଶା ଓ ପୁରୀ କୋଣାର୍କ ପରିଦର୍ଶନ କରିବାର ସୁଯୋଗ ପାଇପାରିଛନ୍ତି ବୋଲି ବିନିତ ଜୈନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏଥିପାଇଁ ସେ ଡ.ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।