ବଜାରରୁ ୧୪ ଶହ କାର୍‌ ଫେରାଇ ନେବ ଟୋୟାଟା, ଜାଣନ୍ତୁ କାରଣ…

ନୂଆଦିଲ୍ଳୀ,୨୩/୧: ବଜାରରୁ ୧୪ ଶହ କାର୍‌ ଫେରାଇ ନେବାକୁ ସୂଚନା ଦେଇଛି ଟୋୟୋଟା । କମ୍ପାନି ଏହାର ଦୁଇ ମଡେଲ ଗ୍ଲାନଜା ଏବଂ ଅର୍ବାନ କ୍ରୁଜର୍‌ ହାଇରାଇଡର ୧୩୯୦ ୟୁନିଟ୍‌କୁ ଫେରାଇବାକୁ କହିଛି। ଏହି ଦୁଇ ମଡେଲର ଏୟାରବ୍ୟାଗ୍‌ କଣ୍ଟେ୍ରାଲରେ କିଛି ସମସ୍ୟା ଥିବା କୁହାଯାଉଛି। ଆଉ ଏହାକୁ ଠିକ୍ କରିବା ପାଇଁ କମ୍ପାନୀ ଏହି ରିକଲିଂ କରିଛି। ତେବେ ଏହି କାର୍‌ ମାଲିକମାନଙ୍କୁ ଯୋଗଯୋଗ କରାଯାଇଛି ଏବଂ ବିନା କୌଣସି ଦେୟରେ ଏହି ସମସ୍ୟାର ସମାଧାନ କରାଯିବ।

ସୂଚନା ଅନୁଯାୟୀ, ୮ ଡିସେମ୍ବର ୨୦୨୨ ରୁ ୧୨ ଜାନୁଆରୀ ୨୦୨୩ ମଧ୍ୟରେ ତିଆରି ହୋଇଥିବା କାର୍‌ ମଡେଲରେ ଏହି ଅସୁବିଧା ରହିଛି। ​ ଟୋୟୋଟା ଓ୍ବେବସାଇଟ୍‌ରୁ ମାଲିକମାନେ ସେମାନଙ୍କର ଗାଡ଼ି ରିକଲିଂରେ ରହିଛି କିମ୍ବା ନାହିଁ ତାହା ଭିଆଇଏନ୍‌ ନମ୍ବର ଦ୍ବାରା ଜାଣିପାରିବେ।