ମଶା କାମୁଡିବା ସ୍ଥାନରେ କ’ଣ ଲଗାଇଲେ ମିଳିବ ଉପଶମ ? ଆସନ୍ତୁ ଜାଣିବା

ଗ୍ରୀଷ୍ମର ବୃଦ୍ଧି ସହିତ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ସନ୍ଧ୍ୟା ହେଲା ମାତ୍ରେ ଉଠେଇବସେଇ ଦେଉନାହାନ୍ତି । ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ମଶା କାମୁଡ଼ିବା କାରଣରୁ ସେମାନେ ବହୁତ ବିରକ୍ତ ହୁଅନ୍ତି  । ଏପରି ପରିସ୍ଥିତିରେ, ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ୫ ଟି ଘରୋଇ ଉପଚାର କହୁଛୁ ।

ତୁଳସୀ ପତ୍ର: ତୁଳସୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନ୍ଫ୍ଲାମେଟୋରୀ ଗୁଣ ମଧ୍ୟ ଥାଏ, ଯାହା କୁଣ୍ଡିଆ, ଜଳାପୋଡା ଏବଂ ଫୁଲାରୁ ଆରାମ ଦେଇଥାଏ  । ଏପରି ପରିସ୍ଥିତିରେ, ଏକ କପ୍ ତୁଳସୀ ପତ୍ରକୁ ଏକ କପ୍ ପାଣିରେ ଗରମ କରନ୍ତୁ, ଯେତେବେଳେ ଏହା ଅଧା ହୋଇଯିବ ଚୁଲାକୁ ବନ୍ଦ କରି ଓହ୍ଲାଇ ଦିଅନ୍ତୁ । ତା’ପରେ ଥଣ୍ଡା କରନ୍ତୁ । ସେଥିରେ କପା ବୁଡ଼ାଇ ମଶା କାମୁଡ଼ିଥିବା ସ୍ଥାନରେ ଲଗାନ୍ତୁ  ।

ଲେମ୍ବୁ ପତ୍ର: ଲେମ୍ବୁ ପତ୍ରକୁ ଗ୍ରାଇଣ୍ଡ୍ କରି ମଶା କାମୁଡ଼ିବା ସ୍ଥାନରେ ଲଗାଇଲେ ଜଳାପୋଡା ଏବଂ ଫୁଲା କମିଯାଏ  ।

ପୋଦିନା ତେଲ: ବଜାରରେ ଆପଣ ସହଜରେ ପୋଦିନା ତେଲ ପାଇବେ, ଯାହା ଜଳା , ପୋଡା କମାଇବାରେ ସାହାଯ୍ୟ କରେ  । ଏହାର ଥଣ୍ଡା ଗୁଣ ଚର୍ମକୁ ଥଣ୍ଡା ରଖିଥାଏ  । ଏଥିପାଇଁ ଏକ ଚାମଚ ନଡ଼ିଆ ତେଲରେ ଆଲୋ ଭେରା ଜେଲ୍ ଏବଂ କିଛି ପୋଦିନା ତେଲ ମିଶାଇ ମଶା କାମୁଡ଼ାରେ ଲଗାନ୍ତୁ  । ପରେ ଏହାର ଉପଶମ ପାଇବେ ।

ରସୁଣ: ହଁ ରସୁଣ କୁଣ୍ଡେଇ ହେବା ଏବଂ ଜଳାପୋଡରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିପାଇଁ ନଡ଼ିଆ ତେଲ, ଆଲୋ ଭେରା ଜେଲ ଏବଂ ରସୁଣକୁ ମିଶାନ୍ତୁ ଏବଂ ମଶା କାମୁଡ଼ିଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ୧୦ ମିନିଟ୍ ରଖନ୍ତୁ । ତା’ପରେ ଧୋଇ କିଛି କ୍ରିମ୍ ଲଗାନ୍ତୁ  । ନିହାତି ଉପଶମ ପାଇବେ ।

ବରଫ: ଯଦି ମଶା କାମୁଡ଼ାଥିବା ସ୍ଥାନରେ ଫୁଲିଥାଏ ଏବଂ ନାଲି ଦାଗ ଦେଖାଯାଏ, ତେବେ ଏଥିରୁ ରକ୍ଷା ପାଇବା ପାଇଁ ବରଫ ଏକ ଉତ୍ତମ ବିକଳ୍ପ  । ବରଫ ପ୍ରୟୋଗ କରିବା ଦ୍ୱାରା ଜଳୁଥିବା ଜାଗାରେ ଆରାମ ମିଳିଥାଏ କିନ୍ତୁ ଏହାକୁ ସିଧାସଳଖ ଚର୍ମରେ ଲଗାନ୍ତୁ ନାହିଁ  । ଏହାକୁ ଏକ ସୂତା କପଡ଼ାରେ ବାନ୍ଧି ଘଷନ୍ତୁ  ।