ବର୍ତ୍ତମାନ ସମୟରେ ଅଣ୍ଟାବିନ୍ଧା ସମସ୍ୟା ଏକ ସାଧାରଣ ସମସ୍ୟା ଭାବରେ ଦେଖାଦେଲାଣି । କେବଳ ବୟସ୍କ ଲୋକମାନେ ଯେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା’ନୁହେଁ ବରଂ ଯୁବଗୋଷ୍ଠୀ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାରୁ ମୁକ୍ତି ପାଇପାରିବା ।
* ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ ପାଖୁଡା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଅଣ୍ଟାରେ ଭଲ ଭାବେ ମାଲିସ୍ କରନ୍ତୁ । ଏହା କରିବା ଦ୍ୱାରା ଅଣ୍ଟାବିନ୍ଧା ସମସ୍ୟାରୁ ମୁକ୍ତି ମିଳିବ।
* ଜୁଆଣିକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡା ହେବା ପରେ ଜୁଆଣିକୁ ଚୋବାଇ ଢ଼ୋକିଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଅଣ୍ଟାବିନ୍ଧାରୁ ରକ୍ଷା ପାଇବେ ।
* ବହୁତ ସମୟ ଧରି ଗୋଟିଏ ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ୍ରେ ଥରେ ଚଲାବୁଲା କରନ୍ତୁ ।
* ନିୟମିତ ରୂପେ ଯୋଗ କଲେ ଅଣ୍ଟାବିନ୍ଧାରୁ ରକ୍ଷା ମିଳେ । ଭୂଜଙ୍ଗାସନ, ଶଲଭାସନ, ହଳାସନ ଆଦି ଯୋଗାସନ କରିବା ଦ୍ୱାରା ଅଣ୍ଟାବିନ୍ଧାରୁ ମୁକ୍ତି ମିଳେ ।
Prev Post
Next Post