ଘରେ ଜୋକ ପାଳିବା ସଉକ

0

ସାଧାରଣ ଭାବେ ଘରମାନଙ୍କରେ ଆମେ କୁକୁର,ବିଲେଇ ଆଦିକୁ ସଉକରେ ପାଳିଥାଉ । ତେବେ ନିଜ ସଉକ ପୂରଣ କରିବା ପାଇଁ ଭିନ୍ନ ମଣିଷଙ୍କର ଭିନ୍ନ ଚିନ୍ତାଧାରା ଓ ଭିନ୍ନ ପସନ୍ଦ ଥାଏ । ସେହିପରି ଲଣ୍ଡନର ଲୋଙ୍କାଶାୟରରେ ରହୁଥିବା କେଟୀ ଏଶ୍ଲୀଙ୍କ ପାଳିବା ସଉକ ଅଲଗା ଯାହା ପାଇଁ ସେ ତାଙ୍କ ଘରେ ପାଳିଛନ୍ତି ଜୋକ । ତେବେ ସେହି ଜୋକମାନଙ୍କୁ କେଟୀ ଓ ତାଙ୍କ ପତି ମାଇକ୍‌ ନିଜ ଶରୀରର ରକ୍ତ ପିଆଉଛନ୍ତି । ଜୋକ ସେମାନଙ୍କ ରକ୍ତ ପିଇବା ଦ୍ୱାରା ଶରୀରରେ ଘା’ହୋଇଯାଏ । ଘା’ରୁ ପ୍ରବଳ ରକ୍ତସ୍ରାବ ମଧ୍ୟ ହୁଏ ଯାହାପାଇଁ ପତିପନିୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାସତ୍ତେ୍ୱ କେଟୀ ଓ ମାଇକ୍‌ ଏହି ଜୋକକୁ ନିଜ ଘରର ଜଣେ ପ୍ରମୁଖ ସଦସ୍ୟଭାବେ ତା’ର ଯନି ନେଉନ୍ତି । ଏହି ଜୋକ <ଗୋଟିଏ ଥରରେ ୧୫ ମିଲିଲିଟର ରକ୍ତ ପିଏ । ସେହିପରି ଏହି ପାଳିତ ଜୋକର ପେଟ ପ୍ରାୟ ୨ଘଣ୍ଟା ଭିତରେ ପୁରି ଯାଏ । କେଟୀଙ୍କ କହିବା ମୁତାବକ ଏହି ପାଳିତ ନିଶାଚର ଜୀବକୁ ସେ ମାଛ ରଖାଯାଉଥିବା ଟ୍ୟାଙ୍କରେ ରଖନ୍ତି । ଟ୍ୟାଙ୍କରେ ସେ ପାଣିର ଏକ ସ୍ୱତନ୍ତ୍ର ଲେବଲ୍‌ରେ ରଖନ୍ତି ଯାହାଫଳରେ ଜୋକ ବାହାରକୁ ଯିବା ପାଇଁ ଚେଷ୍ଟା କରେ ନାହିଁ । ଏହି ଜୋକକୁ କେଟୀ ଖରାରୁ ଦୂରରେ ରଖୁଥିବା କଥା କହିଛନ୍ତି । ଜୋକ ଶରୀରରୁ ରକ୍ତ ପିଇବା ସମୟରେ କୌଣସି ମହୁମାଛି ଯେମିତି କାମୁଡୁଥିବା ପରି କେଟୀ ଓ ମାଇକ୍‌ଙ୍କୁ ଅନୁଭୂତ ହୁଏ । ନିଜ ଶରୀରର ରକ୍ତକୁ ଏହି ପାଳିତକୁ ଦେବା ଦ୍ୱାରା ଅନେକ ସମୟରେ କେଟୀ ଓ ମାଇକ୍‌ଙ୍କ ମୁଣ୍ଡ ବୁଲିବା, ରକ୍ତ ହୀନତା ଓ ଥକା ଲାଗିବା ଭଳି ସମସ୍ୟା ଦେଖା ଦେଉଛି ।

Leave A Reply

Your email address will not be published.