ଭୁବନେଶ୍ୱର, ୨୭/୦୬ : ପ୍ରଥମ ସିନେମା “ଏହି ଆକାଶ ତଳେ”ରେ ଅଭିନୟ କରି ରାଜ୍ୟର ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ହୋଇଛନ୍ତି କିଟ୍ ଛାତ୍ରୀ ସମର୍ପିତା ଦାଶ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି ଶ୍ରେଷ୍ଠ ପୁରସ୍କାର ଗ୍ରହଣ କରିଛନ୍ତି ସମର୍ପିତା । ଏହାକୁ ନେଇ ସେ ଖୁସିବ୍ୟକ୍ତ କରିଛନ୍ତି । ପ୍ରଥମ ସିନେମାରେ ରାଜ୍ୟ ପୁରସ୍କାର ପାଇବା କେବେ ଭାବିନଥିଲି । ଏବେ ଏହାକୁ ପାଇବା ଏକ ସ୍ୱପ୍ନ ଭଳି ଲାଗୁଛି ବୋଲି କହିଛନ୍ତି ସମର୍ପିତା । ଏଥିପାଇଁ ନିଜ ସିନେମା କ୍ରୁ ସହ ଅଭିଭାବକ ଓ କିଟ୍ କୁ ଶ୍ରେୟ ଦେଇଛନ୍ତି । ଏହି ସମ୍ମାନ ତାଙ୍କୁ ଆଗକୁ ବଢ଼ିବାକୁ ସହାୟକ ହେବ ବୋଲି କହିଛନ୍ତି ।