୩୪ ରନ୍‌ରେ ଆୟର୍ଲାଣ୍ଡର ଐତିହାସିକ ବିଜୟ

ନୂଆଦିଲ୍ଲୀ, ୨୭/୦୬ : ବିଶ୍ୱ ବିଜେତା ଦଳର ଶୋଚନୀୟ ପରାଜୟ । କ୍ୟାପ୍‌ଟେନ୍‌ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପ୍ରଥମ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ତିଆ । ଭାରତୀୟ କ୍ରିକେଟ ଦଳ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ T20Iରେ ଆଶ୍ଚର୍ଯ୍ୟଜନକ ପରାଜୟ ସହିଛି । ୧୮୩ ରନ୍‌ର ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ କେବଳ ୧୪୮ ରନ୍‌ରେ ଅଲ୍‌ଆଉଟ୍ ହୋଇ ୩୪ ରନ୍‌ରେ ପରାଜିତ ହୋଇଛି । ଏହି ବିଜୟ ସହ ଆୟର୍ଲାଣ୍ଡ ଦୁଇ ମ୍ୟାଚ୍‌ର ସିରିଜରେ ୧-୦ ଅଗ୍ରତା ନେଇଛି ।