ସବୁ ଲୋକ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ । କିନ୍ତୁ ଯାହା ପାଖରେ ଏହି ଗୁଣ ରହିଲା ସେ ବହୁତ ଜଲ˜ି ଧନୀ ହୋଇଥାଏ । କୁହାଯାଏ ମହିଳା ମାନେ ଟଙ୍କା ସଞ୍ଚୟ କରିବାରେ ମାହିର୍ ଥାନ୍ତି । କିନ୍ତୁ କେବେ କେବେ ଏହି ଗୁଣ ଓଲଟା ପ୍ରଭାବ ପକାଇଥାଏ । ସେହିପରି ଏକ ଘଟଣା ଘଟିଛି ଚୀନ୍ର ଏକ ଛାତ୍ରୀଙ୍କ ସହ । ହୋଙ୍ଗ ଜିୟା ନାମକ ଏହି ଛାତ୍ରୀ ପଇସା ସଞ୍ଚୟ କରିବାକୁ ଯାଇ ତିନି ସପ୍ତାହ ଧରି କେବଳ ନୁଡଲ୍ ଖାଉଥିଲେ । ଏହା କରି ସେ ପଇସା ସଞ୍ଚୟ କରିଥିଲେ ସତ କିନ୍ତୁ ଏହା କରି ତାଙ୍କୁ ପରିଣାମ ସ୍ୱରୁପ ଦୁଇଗୁଣା ପଇସା ଖର୍ଚ୍ଚ କରିବାକ୍ୁ ପଡିଥିଲା । ସୂଚନାମୁତାବକ ହୋଙ୍ଗ ଜିୟା ‘ସପିଙ୍ଗ ଡେ’ରେ ସପିଙ୍ଗ କରିବା ପାଇଁ ଟଙ୍କା ସଞ୍ଚୟ କରିଥିଲେ । ତିନି ସପ୍ତାହ ନୁଡଲ ଖାଇ ସେ ୭୬୦୦ ୂଟଙ୍କା ସଞ୍ଚୟ କରିଥିଲେ । କିନ୍ତୁ ଏହାକରି ତାଙ୍କ ସ୍ୱାସ୍ଥ୍ୟ ଏତେମାତ୍ରାରେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଏବେ ମେଡିକାଲର ଖର୍ଚ୍ଚ ଏବଂ ମେଡିସିନ୍ ମିଶାଇ ତାଙ୍କୁ ୧୧,୨୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।