ତେନ୍ଦୁଲକର ଆଜିର ଦିନରେ କ୍ରିକେଟରୁ ନେଇଥିଲେ ସନ୍ନ୍ୟାସ

0

ନୂଆଦିଲ୍ଲୀ,୧୬/୧୧: ଭାରତରେ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ‘ଭଗବାନ’ କୁହାଯାଏ। ଆଜି ହେଉଛି ସେହି ନଭେମ୍ବର ୧୬ ଯେଉଁ ଦିନ ସଚିନ କ୍ରିକେଟରୁ ଅବସର ନେଇଥିଲେ। ତେଣୁ ଆଜିର ଦିନଟି କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖାସ୍ ରହିଥାଏ। ୨୦୧୩ ଅର୍ଥାତ ଆଜିଠୁ ଠିକ୍ ପାଞ୍ଚ ବର୍ଷ ପୂର୍ବେ ସଚିନ ଶେଷ ଥର କ୍ରିକେଟ୍ ମଇଦାନକୁ ଓହ୍ଲାଇଥିଲେ। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ ବିଜୟ ସହ ମାଷ୍ଟର ବ୍ଲାଷ୍ଟର କ୍ରିକେଟକୁ ଅଲବିଦା କହିଥିଲେ।

ସଚିନ କ୍ରିକେଟ୍ ଇତିହାସରେ ପ୍ରାୟ ସବୁ ରେକର୍ଡ ନିଜ ନାମରେ କରି ସାରିଥିଲେ। ସେ ୨୦୦ଟି ଟେଷ୍ଟ ମ୍ୟାଚରେ ୫୩.୭୮ ହାରରେ ୧୫,୯୨୧ ରନ କରିଛନ୍ତି। ଏଥିରେ ୫୧ଟି ଶତକ ଓ ୬୮ ଅର୍ଦ୍ଧଶତକ ସାମିଲ। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୪୮ ଅପରାଜିତ ରହିଛି।

ଦିନିକିଆରେ ସଚିନଙ୍କ ରେକର୍ଡର ନିକଟତର ହେବାକୁ ଆହୁରି ସମୟ ଲାଗିବ। ସଚିନ ୪୬୩ଟି ଦିନିକିଆ ମ୍ୟାଚ୍ ଖେଳି ୪୯ ଶତକ ଓ ୯୬ ଅର୍ଦ୍ଧଶତକ ଜରିଆରେ ୧୮,୪୨୬ ରନ କରିଛନ୍ତି। ଦିନିକିଆରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ହେଉଛି ଅପରାଜିତ ୨୦୦ ରନ। ଏହା ସହିତ ସଚିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦ ଶତକ ମଧ୍ୟ ଲଗାଇଛନ୍ତି।

Leave A Reply

Your email address will not be published.