ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍‌ : ୟୁବିଆଇ ଯୋଜନା ପ୍ରଣୟନ କରିବାକୁ ପ୍ରସ୍ତୁତ

0

ନୂଆଦିଲ୍ଲୀ,୨୮/୧୨: ସମ୍ପ୍ରତି ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ଫଳାଫଳକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସ୍ଥିତି ସୁଧାର ପାଇଁ ମାରିବାକୁ ଯାଉଛନ୍ତି ମାଷ୍ଟର ଷ୍ଟ୍ରୋକ୍‌। ଖୁବ୍‌ ଶୀଘ୍ର ସରକାର ୟୁନିଭର୍ସାଲ ବେସିକ୍‌ ଇନକମ୍‌(ୟୁବିଆଇ) ଯୋଜନା ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି। ଏହା କଂଗ୍ରେସର ଚାଷୀଙ୍କ ଋଣ ଛାଡ ଯୋଜନାଠାରୁ ଦୁଇପାଦ ଆଗରେ ରହିବ। ଏହି ଯୋଜନାରେ କୌଣସି ଆୟ ନ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ସରକାର ଏକ ନିଦ୍ଦିଷ୍ଟ ଅର୍ଥ ଜମା କରିବେ। ଏହି ଯୋଜନା ଦ୍ୱାରା ବେରୋଜଗାରଙ୍କ ସମେତ ବରିଷ୍ଠ ନାଗରିକମାନେ ମଧ୍ୟ ଉପକୃତ ହୋଇପାରିବେ। ଏଥିରେ କୃଷକ, ବ୍ୟାପାରୀ, ଏବଂ ବେରୋଜଗାରୀ ଲୋକମାନେ ସାମିଲ ରହିବେ । ଦେଶର ନାଗରିକମାନଙ୍କୁ ପ୍ରତି ମାସରେ ୨୦୦୦ରୁ ୨୫୦୦ ଟଙ୍କା ଦିଆଯିବ । ଏହା ସହିତ ସରକାର ଚାଷୀଙ୍କ ଋଣ ଛାଡ ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବାର ଯୋଜନା ମଧ୍ୟ କରୁଛନ୍ତି। ଏଥି ପାଇଁ ବିଭିନ୍ନ ବିଭାଗ ସହିତ ସରକାର ଆଲୋଚନା କରିବାର ସମ୍ଭାବନା ରହିଥିବା କୁହାଯାଉଛି। ଏହି ଯୋଜନାରେ ଦେଶର ସମସ୍ତ ବର୍ଗର ଲୋକମାନେ ସାମିଲ ହେବେ । ଏଥିରେ କୃଷକ, ବ୍ୟାପାରୀ, ଏବଂ ବେରୋଜଗାରୀ ଲୋକମାନେ ସାମିଲ ରହିବେ । ଦେଶର ନାଗରିକମାନଙ୍କୁ ପ୍ରତି ମାସରେ ୨୦୦୦ରୁ ୨୫୦୦ ଟଙ୍କା ଦିଆଯିବ ।

Leave A Reply

Your email address will not be published.