ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଗୋଆର ୧୦ କଂଗ୍ରେସ ବିଧାୟକ

0

ନୂଆଦିଲ୍ଲୀ,୧୧/୭: ବୁଧବାର ଦିନ ଇସ୍ତଫା ଦେଇଥିବା ଗୋଆ କଂଗ୍ରେସର ୧୦ବିଧାୟକ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଏବଂ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ଏହି ବିଧାୟକ ମାନେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଗତକାଲି ଗୋଆର ୧୦ ଜଣ କଂଗ୍ରେସ ବିଧାୟକ ଏକ ଗୋଷ୍ଠୀ କରି କଂଗ୍ରସରୁ ଇସ୍ତଫା ଦେଇଥିଲେ । ଦୁଇ-ତୃତୀୟାଂଶ ବିଧାୟକ ଦଳ ଛାଡିଥିବାରୁ ଏଠାରେ ଦଳ ବଦଳ ନିୟମ ଲାଗୁ ହେବ ନାହିଁ । ଦଳରୁ ଇସ୍ତଫା ଦେବା ପରେ ବୁଧବାର ଦିନ ବିଳମ୍ୱିତ ରାତିରେ ହିଁ ବିଧାୟକମାନେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ଗୁରୁବାର ମଧ୍ୟହ୍ନରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଇସ୍ତଫା ଦେଇଥିବା ବିଧାୟକଙ୍କୁ ନେଇ ସଂସଦ ଭବନରେ ପହଞ୍ଚିଥିଲେ । ସେଠାରେ ବିଧାୟକମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ । ଏହାପରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏକ ବୈଠକ ହୋଇଥିଲେ । ବୈଠକ ପରେ ବିଧାୟକମାନେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । ଏହାପରେ ଗୋଆ ବିଧାନସାଭାରେ ବିଜେପିର ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ କଂଗ୍ରେସର ସଂଖ୍ୟା ୧୫ରୁ ୫କୁ ଖସି ଆସିଛି ।

Leave A Reply

Your email address will not be published.