ବିଜେପିର ବିଧିବଦ୍ଧ ସଦସ୍ୟ ହେଲେ ଅପରାଜିତା

0

ଭୁବନେଶ୍ୱର, ୨୭/୧୧: ଆଇଏଏସ ଜୀବନରୁ ସେ୍ୱଚ୍ଛାକୃତ ଭାବରେ ଅବସର ନେଇଥିବା ଅପରାଜୀତା ଷଡଙ୍ଗୀ ଆଜି ବିଧିବଦ୍ଧ ଭାବରେ ଭାତରୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀଠାରେ ଅପରାଜିତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନଠାରେ ବିଜେପିରେ ଯୋଗ ଦେଇଛନ୍ତି ଛ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ । ତେବେ ଆସନ୍ତାକାଲି ସେ ଭୁବନେଶ୍ୱର ଫେରିବେ ଏବଂ ଡିସେମ୍ବର ୧ରେ ତାଙ୍କୁ ଦଳର ରାଜ୍ୟ ମୁଖ୍ୟାଳୟଠାରେ ସ୍ୱାଗତ କରାଯିବ ।
ଅପରାଜିତା ବିଜେପି ଟିକେଟରେ ଭୁବନେଶ୍ୱର ଲୋକସଭା ଆସନରୁ ୨୦୧୯ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଶ୍ରୀମତି ଷଡଙ୍ଗୀ ଏପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି । ୧୯୯୪ ବ୍ୟାଚର ପୂର୍ବ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ବୟନ ଶିଳ୍ପ ଓ ଗଣ ଶିକ୍ଷା ବିଭାଗର ସଚିବ ଭାବରେ କାର୍ଯ୍ୟରତ ଥିଲେ । ନିଜ କାମକୁ ନେଇ ସେ ଲୋକଙ୍କ ମଧ୍ୟରେ ଖୁବ୍‌ ପରିଚିତ ଥିଲେ । ଗଣ ଶିକ୍ଷା ବିଭାଗରେ ଥିବାବେଳେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେ କଠୋର ପଦକ୍ଷେପ ନେଇଥିଲେ ।

Leave A Reply

Your email address will not be published.