ବିଶ୍ୱର କ୍ଷୁଦ୍ରତମ ଗାଈ

0

ଆମେରିକାର ମିସିସିପିଠାରେ ବିଶ୍ୱର କ୍ଷୁଦ୍ରତମ ଗାଈ ଦେଖିବାକୁ ମିଳିଛି, ଯାହାର ଓଜନ ଗୃହ ପାଳିତ ବିଲେଇ ସହ ସମାନ ହେବ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗାଈର ସର୍ବମୋଟ ଓଜନ ୪.୫ କିଲୋଗ୍ରାମ ରହିଛି । ତେବେ ବର୍ତ୍ତମାନ ଏହି ଗାଈଟିକୁ ମିସିସିପି ଷ୍ଟେଟ ୟୁନିଭର୍ସିଟି କଲେଜ ଅଫ ଭେଟରନାରିକୁ ଅଣା ଯାଇଛି । ତେବେ ଗାଇଟି ଜନ୍ମ ହେବା ପରେ ତା’ର ମାଲିକ ଏହାର ଓଜନ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏବଂ ତା’ର ଚିକିତ୍ସା କରିବାକୁ ମେଡିକାଲ କଲେଜ ଆଣିଥିଲା । ତେବେ ଏହି କ୍ଷୁଦ୍ରତମ ଗାଈର ଓଜନ କମ ଥିଲେ ମଧ୍ୟ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଡାକ୍ତରି ପରୀକ୍ଷା କରିବା ପରେ ସ୍ପଷ୍ଠ ହୋଇଥିଲା । ପଶୁ ବିଶେଷଜ୍ଞ ଡାକ୍ତରମାନେ ପ୍ରଥମେ ଏହି କ୍ଷୁଦ୍ରତମ ଗାଈକୁ ଦେଖି ବିସ୍ମିତ ହୋଇଥିଲେ ଏବଂ ଏହି ଅଦ୍ଭୁଦ କାହାଣୀ ଦୁନିଆକୁ ଜଣାଇଥିଲେ । ମେଡିକାଲ ଟିମ ଏହି ଗାଈର ଫଟୋକୁ ନିଜ ଫେସବୁକ ପେଜରେ ସେୟାର କରି ଲେଖିଛନ୍ତି, ଆମକୁ ଏମିତି ଏକ ଗାଈ ମିଳିଛି ଯାହାର ଓଜନ ବିଲେଇଠାରୁ ମଧ୍ୟ କମ ରହିଛି । ଏହି କ୍ଷୁଦ୍ରତମ ଗାଈର ଓଜନ ସାଧାରଣ ଗାଈର ଓଜନଠାରୁ ୧୦ ଗୁଣ କମ ରହିଛି ।

Leave A Reply

Your email address will not be published.