ଯାତ୍ରା ସମୟରେ ବାନ୍ତି ହେଉଥିଲେ…

0

ଯାତ୍ରା ସମୟରେ କେତେକ ଲୋକଙ୍କୁ ବାନ୍ତି ଏବଂ ମୁଣ୍ଡବୁଲା ଭଳି ଲକ୍ଷଣ ଦେଖାଦେଇଥାଏ । ଏହି କାରଣରୁ ସେମାନେ ଦୂର ଯାତ୍ରା କରନ୍ତିନାହିଁ । କେତେକ ସମୟରେ ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ କେତେକ ଲୋକ ଯାତ୍ରା କରିବା ପୂର୍ବରୁ ଦିନ ସାରା ଖାଲି ପେଟରେ ରହିଥାନ୍ତି । ଏପରି କରିବା ଦ୍ୱାରା ବାନ୍ତି ଏବଂ ମୁଣ୍ଡବୁଲାଠାରୁ ରକ୍ଷା ମିଳିବ ବୋଲି ସେମାନେ ଭାବିଥାନ୍ତି । ତେବେ ଯାତ୍ରା ସମୟରେ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆସ;ୁ ଜାଣିବା କିଛି ଟି« । ଯାତ୍ରା ସମୟରେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରୁହ;ୁ-
ମିଠା ଏବଂ ଲୁଣିଆ – ଯାତ୍ରା ସମୟରେ ତେଲରେ ଡିପ ଫ୍ରାଇ ହେଇଥିବା ଖାଦ୍ୟ, ପକୁଡି, ମିଠା ଏବଂ ଆଇସକ୍ରିମ ଖାଇବା ଦ୍ୱାରା ଆପଣଙ୍କୁ ପେଟ ଘାଣ୍ଟିବା ଭଳି ସମସ୍ୟା ଦେଖା ଦେଇପାରେ । କାରଣ ଲୁଣ ଏବଂ ମିଠାରେ ଭରପୁର ଏହି ସବୁ ଖାଦ୍ୟ ଦ୍ୱାରା ଶରୀରରେ ଫ୍ଲìଇଡ୍‌ ରିଂଟେଶନ ବଢିଥାଏ । ତେଣୁ ଯାତ୍ରା ସମୟରେ ହାଲକା ଫୁଲକା ଖାଦ୍ୟ ଗ୍ରହଣ କର;ୁ, ଯେଉଁଥିରେ ମିଠା ଏବଂ ଲୁଣର ମତ୍ରା କମ ରହିଥିବା ।
ଆଲକୋହଲ- ଯାତ୍ରା ପୁର୍ବରୁ ନିଜ ପସନ୍ଦର ମଦ୍ୟପାନ କରିବାକୁ କେତେକ ଲୋକ ଭଲପାଆନ୍ତି । ଏପରି କରିବା ଦ୍ୱାରା ଯାତ୍ରା ସମୟରେ ନିଦ ଆସେ ବୋଲି ସେମାନେ ଭାବନ୍ତି । କି;ୁ ମଦରେ ଉପସ୍ଥିତ ଡିହାଇଡ୍ରେସନ ଏବଂ ବ୍ଲୋଟିଙ୍ଗ କାରଣରୁ ଯାତ୍ରା ସମୟରେ ବାରମ୍ବାର ଶୋଷ ଲାଗିଥାଏ ଏବଂ ପେଟ ଫୁଲିଯାଇଥାଏ । ଏହା ବ୍ୟତିତ ଯାତ୍ରା ପୂର୍ବରୁ ବ୍ରେଡ, ପାସ୍ତା, ନୁଡଲସ ଭଳି ଖାଦ୍ୟଠାରୁ ଦୂରେଇ ରୁହ;ୁ ।

Leave A Reply

Your email address will not be published.